Categories: ଜାତୀୟ

ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୮ ।୧୧: ଭାରତୀୟ ବାୟୁସେନାର ଏମ୍‌ଆଇ-୭୦ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ହୋଇଛି । ତେବେ ହେଲିକପ୍ଟରରେ ଥିବା ୨ ପାଇଲଟ ଓ ୩ କ୍ରିୟୁ ମେମ୍ବର ସୁରକ୍ଷିତ ଥିବା ଜଣାପଡିଛି । ଭାରତୀୟ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । କୁହାଯାଉଛି କି ବେଶ କିଛିଦିନ ହେବ ହେଲିକପ୍ଟରଟି ବ୍ୟବହାର ହେଉ ନ ଥିଲା । ଗୁରୁବାର ଯେତେବେଳେ ପାଇଲଟ ଏହାକୁ ଉଡାଇବାକୁ ଚେଷ୍ଟା କରିଥିଲେ ସେତେବେଳେ ଏହା କ୍ରାସ ହୋଇଯାଇଥିଲା । ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଦୁର୍ଘଟଣା ପରେ କୋର୍ଟ ଅଫ୍ ଇନକ୍ୱାରିର ନିର୍ଦ୍ଦେଶ ଦିଆଯାଇପାରେ ।

Share