Categories: ଜାତୀୟ

ପାକିସ୍ତାନକୁ ଚ୍ୟାଲେଞ୍ଜ ଦେବ ଏହି ଯୁଦ୍ଧ ବିମାନ, ଜମ୍ମୁ କଶ୍ମୀର ସୀମାରେ ହେଲା ମୁତୟନ

ନୂଆଦିଲ୍ଲୀ,୩୦।୭: ପାକିସ୍ତାନ ଏବଂ ଏହାର ସୀମାବର୍ତ୍ତୀ କେନ୍ଦ୍ର ଶାସିତ ଉପତ୍ୟକାରେ ଉଡ଼ାଣ ଅଭିଜ୍ଞତା ହାସଲ କରିବାକୁ ଭାରତୀୟ ବାୟୁସେନା ଏକ ପଦକ୍ଷେପ ନେଇଛି। ଭାରତୀୟ ବାୟୁସେନା ଜମ୍ମୁ କଶ୍ମୀରକୁ ଏହାର ସ୍ବଦେଶୀ ଯୁଦ୍ଧ ବିମାନ ତେଜସକୁ ମୁତୟନ କରିଛି।

ଉପତ୍ୟକାରେ ଉଡ଼ାଣ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଅଭିଜ୍ଞତା ହାସଲ କରିବାକୁ ବାୟୁସେନା ଯୁଦ୍ଧ ବିମାନକୁ ସେହି ଅଞ୍ଚଳକୁ ପଠାଇଛି। ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ବିମାନର ପାଇଲଟମାନେ ଉପତ୍ୟକାରେ ଯୁଦ୍ଧବିମାନରେ ଅଭ୍ୟାସ କରି ଅଭିଜ୍ଞତା ହାସଲ କରିବେ। କେନ୍ଦ୍ରଶାସିତ ଅଞ୍ଚଳରେ ଭାରତୀୟ ବାୟୁସେନାର ଅନେକ ବେସ ରହିଛି। ଯାହା ଚାଇନା ଏବଂ ପାକିସ୍ଥାନ ସମେତ ଉଭୟ ଦିଗରେ କାର୍ଯ୍ୟ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।

Share