Categories: ଜାତୀୟ

ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ୨୬ ବର୍ଷୀୟ ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ। ତେବେ ଏ ନେଇ ପୀଡ଼ିତା ଦୁଇ ସପ୍ତାହ ତଳେ ପ୍ରଥମେ ଆଇଏଏଫ୍‌ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କ କାର୍ଯ୍ୟାନୁଷ୍ଠାନରେ ସେ ସନ୍ତୁଷ୍ଟ ନ ଥିବାରୁ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିବା ପୀଡ଼ିତା କହିଛନ୍ତି।

ମହିଳା ଅଧିକାରୀ ଟ୍ରେନିଂ ପାଇଁ ଏୟାର ଫୋର୍ସ କଲେଜ ଯାଇଥିଲେ। ତାମିଲନାଡୁର କୋଏମ୍ବାଟୋରସ୍ଥିତ ବାୟୁ ସେନାର ପ୍ରଶାସନିକ କଲେଜର ତାଙ୍କ ରୁମ୍‌ରେ ପୁରୁଷ ଅଧିକାରୀ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ କହିଛନ୍ତି। ତାଙ୍କ ବୟାନ ଅନୁଯାୟୀ, ସେ ଖେଳୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା। ଏଣୁ ଶୋଇବା ପୂର୍ବରୁ ସେ କିଛି ଔଷଧ ଖାଇଥିଲେ। କିନ୍ତୁ ଉଠିବା ପରେ ତାଙ୍କୁ କେହି ଯୌନ ନିର୍ଯାତନା ଦେଇଥିବା ଜାଣିବାକୁ ପାଇଥିଲେ।

Share