Categories: ଜାତୀୟ

ପ୍ରମୋଶନ ପାଇଲେ ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ,୩ା୧୧: ପାକିସ୍ତାନର ଆତଙ୍କବାଦୀ କ୍ୟାମ୍ପ୍‌ରେ ୨୦୧୯ ଫେବୃୟାରୀରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ର ହିରୋ ତଥା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ ପଦୋନ୍ନତି ମିଳିଛି। ଏହି ଦୁଃସାହସିକତା ପାଇଁ ତାଙ୍କୁ ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ମିଗ୍‌-୨୧ ବିମାନ ଦ୍ୱାରା ପିଓକେରେ ପାକିସ୍ତାନର ଏଫ୍‌-୧୬କୁ ସେ ଖସାଇ ଦେଇଥିଲେ। ତେବେ ଅଭିନନ୍ଦନଙ୍କ ବିମାନକୁ ପାକ୍‌ ସେନା ଖସାଇଦେଇ ତାଙ୍କୁ ନିଜ କବ୍‌ଜାକୁ ନେଇଯାଇଥିଲା। ପରେ ତାଙ୍କୁ ପାକିସ୍ତାନ ମୁକ୍ତ କରିଥିଲା।

Share