Categories: ଫୁରସତ

ଏକଦା ଅନ୍ୟ ଧର୍ମରେ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ ଆଇଏଏସ୍‌ ଟିନା ଡାବି; ୨ ବର୍ଷ ପରେ ଛାଡ଼ପତ୍ର ପାଇଁ ହେଲେ କୋର୍ଟର ଦ୍ୱାରସ୍ଥ

୨୦୧୫ ମସିହାରେ ୟୁପିଏସ୍‌ସି ଟପ୍ପର ହୋଇଥିଲେ ଆଇଏଏସ୍‌ ଟିନା ଡାବି। ଏହାପରେ ସେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ସେ ଅନ୍ୟଧର୍ମର ଅତହର ଆମିର ଖାନ୍‌ଙ୍କୁ ବିବାହ କରିଥିଲେ। ଏବେ କିନ୍ତୁ ସେମାନଙ୍କ ସମ୍ପର୍କରେ ଭଟ୍ଟା ପଡ଼ିଛି। ପରସ୍ପରର ସହମତି ସହ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଜୟପୁରର ଫ୍ୟାମିଲି କୋର୍ଟରେ ସେମାନେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ଜଣାପଡ଼ିଛି।

୨୦୧୮ରେ ଅତହରଙ୍କୁ ବିବାହ କରିଥିଲେ ଟିନା। ସେତେବେଳେ ଉଭୟଙ୍କ ବିବାହ ଖବରର ଶିରୋନାମା ପାଲଟିଥିଲା। ତାଙ୍କର ବିବାହ ନିଷ୍ପତ୍ତିକୁ ଅନେକେ ପସନ୍ଦ କରିଥିଲେ। ହେଲେ କିଛିଦିନ ପୂର୍ବେ ଟିନାଙ୍କୁ ଇନ୍‌ଷ୍ଟାଗ୍ରାମରେ ଅନ୍‌ଫଲୋ କରିଥିଲେ ଅତହର ଆମିର। ଟିନା ମଧ୍ୟ ନିଜ ନାମରୁ ଖାନ୍‌ ବାଦ ଦେଇଥିଲେ। ଫଳରେ ଉଭୟଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା। ଏବେ ତାହା ସ୍ପଷ୍ଟ ହୋଇଛି।

ଟିନା ୟୁପିଏସ୍‌ସିରେ ଟପ୍ପର ହୋଇଥିବା ବେଳେ ଅତହର ଦ୍ୱିତୀୟ ସ୍ଥାନରେ ଥିଲେ। ଉଭୟଙ୍କ ପୋଷ୍ଟିଂ ଜୟପୁରରେ ହୋଇଥିଲା। ଟ୍ରେନିଂ ସମୟରେ ଅତହରଙ୍କୁ ହୃଦୟ ଦେଇଥିଲେ ଟିନା। ପରେ ବିବାହ ପାଇଁ ହଁ ମଧ୍ୟ କରିଥିଲେ।

Share