ମାସ୍କ, ପିପିଇ କିଣା ଦୁର୍ନୀତି ପ୍ରସଙ୍ଗ: ଲୋକାୟୁକ୍ତରେ ହାଜର ହେଲେ ଆଇଏଏସ୍‌ ହେମନ୍ତ ଶର୍ମା, ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ

ଭୁବନେଶ୍ୱର,୧୪ା୯(ବ୍ୟୁରୋ): କରୋନା ମହାମାରୀ ସମୟରେ ମାସ୍କ ଓ ପିପିଇ କିଣା ଦୁର୍ନୀତିକୁ ନେଇ ହୋଇଥିବା ଅଭିଯୋଗର ପକ୍ଷ ରଖିବାକୁ ସୋମବାର ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇଛନ୍ତି ବରିଷ୍ଠ ଆଇଏଏସ୍‌ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ। ଦୁହେଁ ଲୋକାୟୁକ୍ତଙ୍କ ପାଖରେ ହାଜର ହୋଇ ନିଜ ନିଜର ପକ୍ଷ ରଖିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟ କଂଗ୍ରେସ ଓ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ମାସ୍କ,ପିପିଇ କିଣାକୁ ନେଇ ଦୁର୍ନୀତି ଅଭିଯୋଗ ହୋଇଥିଲା। ରାଜ୍ୟ ସରକାର ଚଢ଼ା ଦାମରେ ମାସ୍କ ଓ ପିପିଇ କିଟ୍‌ କିଣିଥିବା ଅଭିଯୋଗ କରାଯାଇଥିଲା। ତେଣୁ ଏ ସମ୍ପର୍କରେ ଆଜି ପକ୍ଷ ରଖିବାକୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ଓ ରାଜ୍ୟ ଔଷଧ ନିଗମର ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଲୋକାୟୁକ୍ତଙ୍କୁ ସାକ୍ଷାତ କରିଛନ୍ତି। ଲୋକାୟୁକ୍ତଙ୍କୁ ସାକ୍ଷାତ କରିବା ପରେ ହେମନ୍ତ ଶର୍ମା କହିଛନ୍ତି ଯେ, ଯାହା ସୂଚନା ଦେବା କଥା ସେ ଲୋକାୟୁକ୍ତଙ୍କୁ ଦେଇଛନ୍ତି। ଏବିଷୟରେ ଗଣମାଧ୍ୟମରେ କହିବା ଲୋକାୟୁକ୍ତଙ୍କ ପ୍ରତି ଅବମାନନା ହେବ।

Share