Categories: ଜାତୀୟ

ଉପହାର ପାଖରେ ରଖିପାରିବେ ଆଇଏଏସ୍‌, ଆଇପିଏସ୍‌ ଅଫିସର

ନୂଆଦିଲ୍ଲୀ, ୨୨।୯(ପି.ଟି.): ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଫିସରମାନେ ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଗ୍ରହଣ କରିଥିବା ଉପହାର ପାଖରେ ରଖିପାରିବେ। ଏଥିପାଇଁ କେନ୍ଦ୍ର ସରକାର ୫୦ ବର୍ଷର ପୁରୁଣା ନିୟମାବଳୀରେ ସଂଶୋଧନ କରିଛନ୍ତି। ପ୍ରଚଳିତ ନିୟମାବଳୀରେ ବିବାହ, ବାର୍ଷିକୋତ୍ସବ ଏବଂ ଧର୍ମୀୟ ଉତ୍ସବରେ ନିକଟ ସମ୍ପର୍କୀୟଙ୍କଠାରୁ ଏବଂ ସରକାରୀ କାରବାର ନ ଥିବା ବ୍ୟକ୍ତିଗତ ବନ୍ଧୁଙ୍କଠାରୁ ଅଫିସରମାନେ ଉପହାର ଗ୍ରହଣ କରିବା ଅନୁମତି ରହିଛି। ଉପହାରର ମୂଲ୍ୟ ୨୫,୦୦୦ ଟଙ୍କାରୁ ଅଧିକ ହୋଇଥିଲେ, ସରକାରଙ୍କୁ ଜଣାଇବାକୁ ପଡ଼ିବ। ସର୍ବଭାରତୀୟ ସେବା (ଆଚରଣ) ନିୟମାବଳୀ, ୧୯୬୮ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ ଅଧିକାରୀମାନେ ୫୦୦୦ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଉପହାର ଗ୍ରହଣ କରି ପାରିବେ ନାହିଁ। କାର୍ମିକ ମନ୍ତ୍ରଣାଳୟ ଏବେ ଉକ୍ତ ନିୟମରେ ସଂଶୋଧନ କରିକରିଛନ୍ତି।

Share