ଜଣେ ଓଡ଼ିଆ ହେବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜାଣନ୍ତୁ ସେ କିଏ, ଯାହାଙ୍କ ନାଁରେ ହେଉଛି ଚର୍ଚ୍ଚା

ଭୁବନେଶ୍ୱର,୫।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ ଆଇଏଏସ ମନୋଜ କୁମାର ସାହୁଙ୍କୁ ନିଯୁକ୍ତ କରାଯାଇପାରେ। ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ଏଜିଏମୟୁଟି କ୍ୟାଡର ୨୦୦୬ ବ୍ୟାଚ ଆଇଏଏସ ଅଫିସର ମନୋଜ କୁମାର ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହେବାର ସମ୍ଭାବନା ରହିଛି । ମନୋଜ ସାହୁ ଏବେ ଉପନିର୍ବାଚନ ଆୟୋଗ ଭାବେ ନୂଆଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି । ମନୋଜ ସାହୁଙ୍କ ଘର ଜଗତସିଂହପୁରର ବାଲିକୁଦା ବ୍ଲକରେ। ସେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି। ତେବେ ଭାଜପା ଓଡ଼ିଆ ଅସ୍ମିତାକୁ ଦୃଷ୍ଟିରେ ରଖି ଜଣେ ଓଡ଼ିଆ ଲୋକଙ୍କୁ ଏହି ଦାୟିତ୍ୱ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ମନୋଜ ସାହୁଙ୍କ ବ୍ୟତୀତ ଆଇଏଏସ ସୁଧାଂଶୁ ମୋହନ ସାମଲ, ଅରିନ୍ଦମ ଡାକୁଆ ଓ ଅନୁପମ ଶାହଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି।