Categories: ଜାତୀୟ

ପିଏମ୍‌ଓ ଅଫିସର ପରିଚୟ ଦେଇ ଠକୁଥିଲେ: କ୍ରାଇମ୍‌ ବ୍ରାଞ୍ଚ ହାତରେ ପଡ଼ିଲେ ଧରା

ପୁଣେ, ୨ା୬: ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଫିସର ଭାବେ ପରିଚୟ ଦେଇ ଅନ୍ୟମାନଙ୍କୁ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ପୁଣେର କ୍ରାଇମ୍‌ ବ୍ରାଞ୍ଚ୍‌ ପୋଲିସ ଗିରଫ କରିଛି। ବାସୁଦେବ ନିଭ୍ରୁତି ତାୟାଡ଼େ(୫୪) ଗତ ୨୯ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବାବେଳେ କ୍ରାଇମ୍‌ ବ୍ରାଞ୍ଚ ତାଙ୍କୁ ଧରିଥିଲା। ଏନ୍‌ଜିଓ ଦ୍ୱାରା ଆୟୋଜିତ ଉତ୍ସବକୁ ବାସୁଦେବ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରର ପରିଚୟରେ ଆସିଥିଲେ। ସେ ନିଜକୁ ଡ. ବିନୟ ଦେବ ବୋଲି ପରିଚୟ ଦେବା ସହ ପିଏମ୍‌ଓରୁ ପୁଣେକୁ ଏକ ଗୋପନ ମିଶନରେ ଆସିଥିବା କହିଥିଲେ। ତେବେ କେତେଜଣ ବରିଷ୍ଠ ଅଧିକାରୀଙ୍କ ସମ୍ପର୍କରେ ପ୍ରଶ୍ନ ହେବାରୁ ସେ ଠିକ୍‌ ଉତ୍ତର ଦେଇ ନ ପାରି ତରବରିଆ ଭାବେ ଉତ୍ସବ ସ୍ଥଳ ଛାଡ଼ି ଚାଲିଯାଇଥିଲେ। ଏହାକୁ ନେଇ ସନ୍ଦେହ ହେବାରୁ ଆୟୋଜକ ପୋଲିସକୁ ଜଣାଇଥିଲେ। କ୍ରାଇମ୍‌ ବ୍ରାଞ୍ଚ ତଦନ୍ତରୁ ଉକ୍ତ ବ୍ୟକ୍ତି ବାରମ୍ବାର ସ୍ଥାନ ବଦଳାଉଥିବା ଜଣାପଡ଼ିଥିଲା। ଶେଷରେ ମେ’ ୩୦ରେ ତାଙ୍କୁ ପୁଣେର ତାଲେଗାଁଓ ଡାଭାଡେରୁ ଧରାଯାଇ ଗିରଫ କରାଯାଇଥିଲା। ଜେରା ବେଳେ ସେ ଜଣେ ନକଲି ଆଇଏଏସ୍‌ ଅଫିସର ବୋଲି ସ୍ପଷ୍ଟ ହୋଇଛି।

Share