ଭୁବନେଶ୍ୱର,୨୮ା୩(ବ୍ୟୁରୋ): ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ବିଜୟ ଆରୋରାଙ୍କ ସ୍ବେଚ୍ଛାକୃତ ଅବସରକୁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି ଭାବେ କାର୍ଯ୍ୟରତ ଅଛନ୍ତି। ମାର୍ଚ୍ଚ ୧ ତାରିଖରୁ ତାଙ୍କ ସ୍ବେଚ୍ଛାକୃତ ଅବସରକୁ ଗ୍ରହଣ କରାଯାଇଛି। ଆରୋରା ସ୍ବେଚ୍ଛାକୃତ ଅବସର ନେବାକୁ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ୨୦୨୨ ଜାନୁୟାରୀ ମାସରେ ଆରୋରା ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ।