Categories: ଫୁରସତ

ଉଚ୍ଚତା ସାଢେ ୩ ଫୁଟ, ହେଲେ ଆକାଶ ଛୁଇଁବାର ନିଶା; ବେଶ ପ୍ରେରଣାଦାୟୀ ଆଇଏଏସ୍‌ ଅଫିସର ଆରତୀଙ୍କ ଜୀବନକାହାଣୀ…

ଉଚ୍ଚତା ସାଢ଼େ ୩ ଫୁଟ। ହେଲେ ଆକାଶକୁ ଛୁଇଁବା ନିଶା। ଆଜି ଆମେ ଏଭଳି ଜଣେ ଆଇଏଏସ୍‌ ଅଫିସରଙ୍କ କାହାଣୀ ବିଷୟରେ କହିବୁ ଯିଏ ସମସ୍ତଙ୍କଠାରୁ ଭିନ୍ନ, ଯାହାଙ୍କ ଉଚ୍ଚତା ନୁହେଁ ବରଂ କାମ କଥା କହିଥାଏ। ସେ ହେଉଛନ୍ତି ଆଇଏଏସ୍‌ ଅଫିସର ଆରତୀ ଡୋଗ୍ରା। ସ୍କୁଲ-କଲେଜରେ ତାଙ୍କର ଉଚ୍ଚତାକୁ ନେଇ ମଜା ଉଡାଉଥିଲେ ସହପାଠୀ। ହେଲେ ସେ ପ୍ରଥମ ଥରରେ ୟୁପିଏସ୍‌ସିରେ ୫୬ ର଼୍ୟାଙ୍କ ଆଣି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ଆରତୀ ନିଜର ଉଚ୍ଚତାକୁ ନେଇ ଅପମାନିତ ହେଉଥିଲେ। ହେଳେ ସେତେବେଳେ ସେ କୌଣସି ଜବାବ ଦେଉ ନ ଥିଲେ। ପାଠପଢ଼ାରେ ଭଲ ଥିବାରୁ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତ ହେଉଥିଲେ। ୨୦୦୬ରେ ସେ ପ୍ରଥମ ପ୍ରଚେଷ୍ଟାରେ ୫୬ ର଼୍ୟାଙ୍କ ରଖି ସମସ୍ତଙ୍କୁ ଚମକାଇଥିଲେ।

ଉତ୍ତରାଖଣ୍ଡର ଡେରାଡୁନ ଜିଲାରେ ଆରତୀଙ୍କ ଜନ୍ମ। ସେ ମାବାପାଙ୍କ ଏକମାତ୍ର ସନ୍ତାନ। ତାଙ୍କ ବାପା ରାଜେନ୍ଦ୍ର ଡୋଗ୍ରା ପେସାରେ ଜଣେ କର୍ନେଲ ଏବଂ ମା’ କୁମ୍‌କୁମ୍‌ ସ୍କୁଲର ପ୍ରଧାନଶିକ୍ଷକ ଅଛନ୍ତି। ଆରତୀ ଡେରାଡୁନର ଓ୍ବେଲହମ୍‌ ଗଲ୍ସ ସ୍କୁଲରୁ ସ୍କୁଲପଢ଼ା ଆରମ୍ଭ କରିଥିଲେ। ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଇକୋନୋମିକ୍ସରେ ଗ୍ରାଜୁଏଶନ କରିଥିଲେ। ପୋଷ୍ଟ ଗ୍ରାଜୁଏଶନ ଲାଗି ଡେରାଡୁନ ଯାଇଥିବା ବେଳେ ସେ ଡିଏମ୍‌ ମନିଷାଙ୍କୁ ଭେଟିଥିଲେ। ଏଠାରୁ ହିଁ ତାଙ୍କୁ ଆଇଏଏସ୍‌ ହେବାର ପ୍ରେରଣା ମିଳିଥିଲା।

ଆରତୀ ୟୁପିଏସ୍‌ସିର ପ୍ରସ୍ତୁତି ଆରମ୍ଭ କରିଥଲେ। ୨୦୦୬ରେ ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ହୋଇଥିଲେ। ସେ ବିକାନେର, ଆଜମେରର ଜିଲାପାଳ ହୋଇଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ କାମର ପ୍ରଶଂସା କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ରାଜ୍ୟରୁ ଆରମ୍ଭ କରି ଜାତୀୟସ୍ତର ଯାଏ ଅନେକ ପୁରସ୍କାର ମିଳିଛି।

Share