ଜୟପୁର,୨୦।୧୧-୨୦୧୫ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ଟିନା ଡାବି ତାଙ୍କ ସ୍ବାମୀ ଅଥର ଅମିର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜୟପୁରର ଏକ ଫ୍ୟାମିଲି କୋର୍ଟରେ ଉଭୟେ ସ୍ବାମୀ ସ୍ତ୍ରୀ ସହମତି ଭିତ୍ତିରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।
ସୂଚନାଯୋଗ୍ୟ, ୟୁପିଏସସି ୨୦୧୫ର ଟପ୍ପର ଟିନା ୨୦୧୮ ଏପ୍ରିଲରେ ଅଥରଙ୍କୁ ବିବାହ କରିଥିଲେ। ଅଥର ମଧ୍ୟ ଜଣେ ପ୍ରଶାସନିକ ଅଧିକାରୀ। ସେ ୟୁପିଏସସି ପରୀକ୍ଷା ୨୦୧୫ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଉଭୟ ଟିନା ଏବଂ ଅଥର ରାଜସ୍ଥାନ କ୍ୟାଡରର ଅଧିକାରୀ।