Categories: ଜାତୀୟ

ଛେଳି ଚରାଉଥିବା ଯୁବକ ଏବେ ଆଇଏଏସ୍‌

ନୂଆଦିଲ୍ଲୀ,୬।୪: ପିଲାଦିନ ସହିତ ଜଡିତ ସମସ୍ତଙ୍କର କିଛି ନା କିଛି ସ୍ମୃତି ରହିଛି। ଯେତେବେଳେ ଲୋକମାନେ ସେମାନଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ବସିଥାନ୍ତି ସେହି ମସୟରେ ଏହି ପୁରୁଣା ମୁହୂର୍ତ୍ତଗୁଡ଼ିକୁ ମନେପଡ଼ିଯାଇଥାଏ। ଇତିମଧ୍ୟରେ ଜଣେ ଆଇଏଏସ୍‌ ଅଧିକାରୀଙ୍କର କିଛି ଏଭଳି ସ୍ମୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଟୁଇଟରରେ ଶେୟାର ହୋଇଥିବା ଏହି କାହାଣୀକୁୁ ପଢ଼ିବା ପରେ ଲୋକମାନେ ଭାବପ୍ରବଣ ହୋଇଯାଇଛନ୍ତି। ଏଥିସହ ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଇଏଏସ୍‌ ରାମ ପ୍ରକାଶ ଟୁଇଟ କରି ଲେଖିଛନ୍ତି, ଥରେ ୫-୬ଜଣ ଲୋକ ଛେଳି ଚରାଇବାକୁ ଯାଇଥିବା ବେଳେ ସେଠାରେ ଥିବା ଏକ ଆମ୍ବ ଗଛର ଡାଳରେ ଝୁଲୁଥିଲୁ। ହଠାତ୍‌ ସେହି ଡାଳଟି ଭାଙ୍ଗିଯାଇଥିଲା। ଅବଶ୍ୟ କହାରିକୁ ଆଘାତ ଲାଗି ନ ଥିଲା। କିନ୍ତୁ ମାଡ ଖାଇବାରୁ ବର୍ତ୍ତିବା ପାଇଁ ଆମେ ଉକ୍ତ ଡାଳକୁ ଉଠାଇନେଇ ଆସିଥିଲୁ। ଯାହାଦ୍ୱାରା କେହି ଜାଣିପାରେବି ନାହିଁ ଯେ, ଡାଳଟି ଭାଙ୍ଗିଯାଇଛି। ସେହି ସମୟରେ ପ୍ରାୟତଃ ପାଠପଢ଼ା ସରିବା ପରେ ଛେଳି ଚରାଇବା ଏକ ନିତିଦିନିଆ କାମ ରହିଥିଲା। ଗାଁରେ ସବୁଦିନେ ସ୍କୁଲ ସରିବା ପରେ ସେ ଛେଳି ଚରାଇବାକୁ ଯାଉଥିଲେ। କାରଣ ପାଠପଢ଼ା ଓ ଛେଳି ଚରାଇବା ଏହି ଦୁଇଟି କାର୍ଯ୍ୟ ଏକତ୍ର କରାଯାଉଥିଲା। ଏହା କେବଳ ଗୋଟିଏ ଦିନର କଥା ନୁହେଁ, ନିତିଦିନଆ କାର୍ଯ୍ୟ ରହିଥିଲା ବୋଲି ରାମ ପ୍ରକାଶ କହିଛନ୍ତି। ଏହି ଘଟଣାକୁ ଆଇଏଏସ୍‌ ରାମପ୍ରକାଶ ଏବେ ଟୁଇଟରରେ ଶେୟାର କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାମ ପ୍ରକାଶ ଶେୟାର କରିଥିବା ଏହି କାହାଣୀ ତାଙ୍କ ପୈତୃକ ଗାଁର। ରାମ ପ୍ରକାଶ ଉତ୍ତରପ୍ରଦେଶର ମିର୍ଜାପୁର ଜିଲା ଅନ୍ତର୍ଗତ ଜାମୁଆ ବଜାର ସ୍ଥିତ ଏକ ଗାଁର ବାସିନ୍ଦା। ରାଜସ୍ଥାନ କ୍ୟାଡରର ୨୦୧୮ ବ୍ୟାଚ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ରାମ ପ୍ରକାଶ।

Share