ଜେରା ପାଇଁ ଭୁବନେଶ୍ୱରରେ ଆଇବି ଟିମ୍‌

ଭୁବନେଶ୍ୱର,୨୦।୧୨(ସତ୍ୟଜିତ୍‌ ରାଉତ): ସନ୍ଦିଗ୍ଧ ଆତଙ୍କବାଦୀ ତଥା କଶ୍ମୀର ପୋଲିସର ଓ୍ବାଣ୍ଟେଡ୍‌ ଥିବା ସୟଦ ଇଶାନ ବୁଖାରୀଙ୍କ ୫ଦିନିଆ ରିମାଣ୍ଡ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ପୂର୍ବାହ୍ନରେ ଯାଜପୁର ଜିଲାର ରଗଡ଼ି ସବ୍‌ଜେଲରୁ ବୁଖାରୀଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଆଣି ଆତଙ୍କବାଦୀ ଲିଙ୍କ୍‌ ସହ ତାଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବାକୁ ମାରାଥନ ଜେରା କରୁଛି। ଏଥିସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଣ୍ଟେଲିଜେନ୍‌ସ ବ୍ୟୁରୋ (ଆଇବି)’ ଟିମ୍‌ ମଧ୍ୟ ଭୁବନେଶ୍ୱରରେ ପହଞ୍ଚତ୍ଛି। ଏସ୍‌ଟିଏଫ୍‌ ଓ ଆଇବି ଅଧିକାରୀଙ୍କ ଏକ ମିଳିତ ଟିମ୍‌ ବୁଖାରୀଙ୍କୁ ପର୍ଯ୍ୟାୟକ୍ରମେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ ପଚାରି ଜେରା କରୁଥିବା ଜଣାପଡ଼ିଛି। ବୁଖାରୀ କେତେଜଣ ପାକିସ୍ତାନୀଙ୍କ ସହ ନିୟମିତ ଯୋଗାଯୋଗରେ ଥିବାବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ବହୁ ସନ୍ଦେହଜନକ ଆର୍ଥିକ କାରବାର ହୋଇଛି। ତେବେ ସେ ତାଙ୍କ ଚାଟ୍‌ ହିଷ୍ଟ୍ରିକୁ ଡିଲିଟ୍‌ କରିଦେଇଥିବାରୁ ତାଙ୍କ ଉପରେ ତଦନ୍ତ ସଂସ୍ଥାର ଅଧିକ ସନ୍ଦେହ ହେଉଛି। ଏପରିକି ଉକ୍ତ ଚାଟ୍‌ରେ ଥିବା ବ୍ୟକ୍ତିମାନେ ଆଇଏସ୍‌ଆଇ ଏଜେଣ୍ଟ ହୋଇଥାଇପାରନ୍ତି ବୋଲି ଏସ୍‌ଟିଏଫ୍‌ ଆଶଙ୍କା କରୁଛି। ରିମାଣ୍ଡବେଳେ ଏସବୁ ଦିଗକୁ ନେଇ ଆଇବି ଓ ଏସ୍‌ଟିଏଫ୍‌ ଅଧିକାରୀମାନେ ଅଧିକ ପଚରାଉଚରା କରି ତଥ୍ୟ ଯୋଗାଡ଼ କରିବାକୁ ଲାଗି ପଡିଛନ୍ତି। ଅନ୍ୟପକ୍ଷରେ ବୁଖାରୀଙ୍କ ବ୍ୟାଙ୍କ ଆକାଉଣ୍ଟର ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟ ଦେବାକୁ ଅର୍ଥ ମନ୍ତ୍ରଣାଳୟର ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟ୍‌(ଏଫ୍‌ଆଇୟୁ)କୁ ଚିଠି ଲେଖାଯାଇଥିବାବେଳେ କଲ୍‌ ଡିଟେଲ୍ସ ରିପୋର୍ଟ (ସିଡିଆର୍‌)କୁ ମଧ୍ୟ ଏସ୍‌ଟିଏଫ୍‌ ଅପେକ୍ଷା କରିଛି। ଏସବୁ ଆସିବା ପରେ ଜେରାବେଳେ ବୁଖାରୀଙ୍କ ଅପରାଧ ଗୁମର ଅଧିକ ଫିଟିବ। ତେବେ ଏହି ୫ଦିନ ଭିତରେ କିମ୍ବା ପରେ ନ୍ୟାଶନାଲ୍‌ ଇନ୍‌ଭେଷ୍ଟିଗେଶନ ଏଜେନ୍‌ସି (ଏନ୍‌ଆଇଏ) ଓ କଶ୍ମୀର ପୋଲିସ ମଧ୍ୟ ଆସି ବୁଖାରୀଙ୍କୁ ଜେରା କରିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି।
ଚର୍ଚ୍ଚାରେ ବୁଖାରୀ-ପୋଲିସ ସମ୍ପର୍କ, ସାମ୍ବାଦିକଙ୍କ ମୃତ୍ୟୁ
ସନ୍ଦିଗ୍ଧ ଆତଙ୍କବାଦୀ ସୟଦ ଇଶାନ ବୁଖାରୀଙ୍କୁ ଧର୍ମଶାଳା ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଗିରଫ କରିବା ପରେ ସ୍ଥାନୀୟ ପୋଲିସ ଚର୍ଚ୍ଚାକୁ ଆସିଛି। ବୁଖାରୀ-ପୋଲିସ ସମ୍ପର୍କରୁ ଧର୍ମଶାଳା ଅଞ୍ଚଳର ଜଣେ ସାମ୍ବାଦିକ ସେଖ୍‌ ଦିଲ୍‌ଦାରଙ୍କ ଜୀବନ ଯାଇଥିବା ଅଭିଯୋଗ ଉଠିଛି। ୨୦୧୮ରୁ ବୁଖାରୀଙ୍କ ଜୀବନଶୈଳୀ ଉପରେ ସେଖ୍‌ ଦିଲ୍‌ଦାରଙ୍କ ସନ୍ଦେହ ହୋଇଥିଲା। ତେଣୁ ସେ ବୁଖାରୀଙ୍କ ବିରୋଧରେ ଧର୍ମଶାଳା ଥାନାରେ ଅଭିଯୋଗ କରିଥିଲେ। ହେଲେ ବୁଖାରୀଙ୍କ ସ୍ତ୍ରୀଙ୍କ ପାଲଟା ଏତଲା ପରେ ସାମ୍ବାଦିକ ଦିଲ୍‌ଦାରଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ଏପରିକି ଦୁଃଖଦ ଘଟଣାକ୍ରମରେ ଦିଲ୍‌ଦାରଙ୍କ ଗତ ୩ ମାସ ତଳେ ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ପୋଲିସ ସେହି ସମୟରେ ଠିକ୍‌ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିଥିଲେ ଏବେ ଏଭଳି ପରିସ୍ଥିତି ଉପୁଜି ନ ଥାନ୍ତା ବୋଲି ସ୍ବର୍ଗତ ଦିଲ୍‌ଦାର୍‌ଙ୍କ ସ୍ତ୍ରୀ ସଗୁପ୍ତା ୟାସମିନ୍‌ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯: ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri