Categories: ଜାତୀୟ

ବାଂଲାଦେଶ-ମ୍ୟାନମାର୍‌କୁ ଗୁପ୍ତ ସୂଚନା ଦେବ ଆଇବି

ନୂଆଦିଲ୍ଲୀ,୨୬।୧୨: ଅନ୍ତର୍ଜାତୀୟ ସୀମାରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲଗାଇବା ପାଇଁ ଭାରତ, ବାଂଲାଦେଶ ଏବଂ ମ୍ୟାନମାର୍‌ ମଧ୍ୟରେ ବୁଝାମଣା ହୋଇଛି। ଏହା ଅନ୍ତର୍ଗତ ଭାରତର ଇଣ୍ଟେଲଜେନ୍ସ୍‌ ବ୍ୟୁରୋ (ଆଇବି) ବାଂଲାଦେଶ ଏବଂ ମ୍ୟାନମାର୍‌କୁ ଆତଙ୍କବାଦ ସମ୍ପର୍କିତ ଗୁପ୍ତ ସୂଚନା ଯୋଗାଇଦେବ। ଏହାଦ୍ୱାରା ଆତଙ୍କବାଦ ବିରୋଧରେ ଅନ୍ତର୍ଜାତୀୟସ୍ତରରେ ଲଢ଼େଇ ଜୋର୍‌ଦାର୍‌ ହୋଇପାରିବ। ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର (ମ୍ୟାକ୍‌) ଏକ୍ଷେତ୍ରରେ କାର୍ଯ୍ୟ କରିବ। ଆଇବି ସମ୍ପ୍ରତି ୮୨୫ ଅଞ୍ଚଳରେ କାର୍ଯ୍ୟ ଜାରି ରଖିଛି। ପ୍ରତିଦିନ ପ୍ରାୟ ୧୫୦ ଗୁପ୍ତତଥ୍ୟ ସଂଗ୍ରହ କରାଯାଉଥିବା କୁହାଯାଉଛି। ଆଇବି ଏବେ ୧୯୮୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଅରବିନ୍ଦ କୁମାରଙ୍କ ନେତୃତ୍ୱରେ କାର୍ଯ୍ୟ ଜାରି ରଖିଛି।

Share