ଆଇବିସି ପିଙ୍କ ପାୱାର -୨୦୨୫: ର଼୍ୟାମ୍ପରେ ଚାଲିଲେ ଦିବ୍ୟାଙ୍ଗ ଛାତ୍ରୀ

ବରଗଡ଼,୨୨।୩(ପ୍ରେମାନନ୍ଦ ଖମାରୀ) :ଇଣ୍ଡିଆନ ବିୟୁଟି କାଉନସିଲ(ଆଇବିସି), ବରଗଡ଼ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଫ୍ୟାଶନ ଶୋ, ରିଲସ, ନୃତ୍ୟ ଏବଂ ପାରମ୍ପରିକ ଖାଦ୍ୟ ଉପରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଆଇଏମ, ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୈସ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରଗଡ଼ ଜିଲା ଉପନିବନ୍ଧକ ସମୀକ୍ଷା ନାୟକ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ବରଗଡ଼ର ମହିଳା ତଥା ଗୃହିଣୀମାନଙ୍କୁ ସ୍ୱାବଲମ୍ବୀ ତଥା ସେମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମହିଳାଙ୍କ ମଧ୍ୟରେ ରିଲସ, ,ନୃତ୍ୟ, ଫ୍ୟାଶନ ଶୋ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୁଚିସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିଲେ । ଏହି ଅବସରରେ ବରଗଡ଼ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀମାନଙ୍କ ର଼୍ୟାମ୍ପ ଶୋରେ ଚାଲିବା ବେଶ ଆକର୍ଷଣୀୟ ହୋଇଥିଲା। ଆଇବିସି ପିଙ୍କ ପାୱାର-୨୦୨୫ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ସୌଗାତ ଷଡ଼ଙ୍ଗୀ, ନୁରା ବିବିଙ୍କୁ ଆଇବିସି ତରଫରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆଇବିସିର ସଭାପତି ମିନତୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ ସେପ୍ ସଂଗୀତା ଦାସ, ନୃତ୍ୟାଞ୍ଜଳୀ ଡ୍ୟାନ୍ସ ଏକାଡେମୀର ନିର୍ଦ୍ଦେଶିକା ଅଙ୍କିତା ଷଡ଼ଙ୍ଗୀ, ଯାଜ୍ଞସେନୀ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସରିତା ସାହୁ, ପ୍ରଜ୍ଞା ଉତ୍କଳିକା ମିଶ୍ର, ପ୍ରତିଭା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

୩୬ ଅଭିଯୋଗ ଶୁଣିଲେ ଜିଲାପାଳ

ରାଇକିଆ,୨୪ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ କାର୍ଯ୍ୟାଳୟ ଠାରେ ସୋମବାର ଜିଲାପାଳ ଅମ୍ରିତ ଋତୁରାଜ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ସମୁଦାୟ ୩୬...

ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ସହଯୋଗ ଲୋଡ଼ିଲା ପୋଲିସ

ଖଲ୍ଲିକୋଟ,୨୪ା୩(ପ୍ରଶାନ୍ତ କୁମାର ମିଶ୍ର): ଚଳିତ ବର୍ଷ ଦଣ୍ଡ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ବନ୍ଦ କରିବା ପାଇଁ ଲୋକପ୍ରତିନିଧିଙ୍କ ସହଯୋଗ ଲୋଡ଼ିଛି ପୋସିଲ। ସୋମବାର ଏ...

ଖାଲି ପଡ଼ିଛି ୫୧ ପଦବୀ: ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ

ଭବାନୀପାଟଣା,୨୪ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲାବାସୀଙ୍କ ଦୀର୍ଘଦିନର ଆନ୍ଦୋଳନ ପ ରାଜ୍ୟ ସରକାରଙ୍କ ପକ୍ଷରୁ ଭବାନୀପାଟଣା ସହର ଭଙ୍ଗାବାରୀଠାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ...

ମଣ୍ଡି ଖୋଲିବାକୁ ଜମି ଦାନ କଲେ ବଦାନ୍ୟ ଚାଷୀ

କୋକସରା,୨୪ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଝରିଆଗୁଡାଠାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳର ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଆସୁଥିଲେ। ଏହାକୁ...

ମିଳିଲାନି ମୃତ ଯୁବକଙ୍କ ପରିଚୟ: ସ୍ବେଚ୍ଛାସେବୀ କଲେ ଶବଦାହ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଜୁନାନୀ ଜଙ୍ଗଳରୁ ଗତ ୧୦ତାରିଖ ଜଣେ ଅଜଣା ଯୁବକଙ୍କ ମୃତଦେହ ମିଳିଥିଲା। ଅତାବିରା ଥାନା...

ସରକାରୀ ଅର୍ଥ ଆତ୍ମସାତ: ସରପଞ୍ଚଙ୍କ ନାମରେ ମାମଲା 

କେସିଙ୍ଗା,୨୪।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକମାଲ ପଞ୍ଚାୟତ ଅଧୀନ ବୋରିଙ୍ଗ ପଦର ଗ୍ରାମର ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ତଥା...

ଦାରିଙ୍ଗବାଡିରୁ କଟକ ଚାଲିଲା ଶୀତତାପ ନିୟନ୍ତ୍ରଣ ବସ: ପ୍ରଥମଥର ମିଳିଲା ଏହି ସୁବିଧା

ଦାରିଙ୍ଗବାଡି, ୨୪।୩ (ଅରୁଣ ସାହୁ)- ଅଞ୍ଚଳର ଦୀର୍ଘ ଦିନର ଅଭାବକୁ ପୂରଣ କଲେ ରାଜ୍ୟ ସରକାର। ସୋମବାରଠାରୁ ଦାରିଙ୍ଗବାଡିରୁ କଟକକୁ ଶୀତତାପ ନିୟନ୍ତ୍ରଣ ସୁବିଧା ରହିଥିବା...

ନାବାଳିକାଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଗିରଫ

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ନିଖୋଜ ନାବାଳିକା(୧୭ବର୍ଷ)ଙ୍କୁ ଅପହରଣ ଏବଂ ହତ୍ୟା ମାମଲାରେ ସୋମବାର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image