Categories: ବାଣିଜ୍ୟ

୭ ମିନିଟ ବୈଠକରେ ବଡ଼ ଛଟେଇ କଲା ଟେକ୍ ଜିଆଣ୍ଟ ଆଇବିଏମ

ନୂଆଦିଲ୍ଲୀ,୧୩।୩: ଇଣ୍ଟରନ୍ୟାସନାଲ ବିଜନେସ୍ ମେଶିନ୍ କର୍ପ (ଆଇବିଏମ୍) କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଛଟେଇ ଘୋଷଣା କରିଛି। କମ୍ପାନୀ ପକ୍ଷରୁ ପ୍ରକୃତ ସଂଖ୍ୟା କୁହାଯାଇ ନଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ନକରି ଏହାର ମାର୍କେଟିଂ ଏବଂ ଯୋଗାଯୋଗ ବିଭାଗରେ ଛଟେଇ ଆରମ୍ଭ କରିଥିବା କୁହାଯାଉଛି। କର୍ମଚାରୀଙ୍କ ସହ ସଂକ୍ଷିପ୍ତ ସାତ ମିନିଟର ବୈଠକରେ ଆଇବିଏମର ମୁଖ୍ୟ ଯୋଗାଯୋଗ ଅଧିକାରୀ ଜୋନାଥନ ଆଡାସେକ ଏହି ନିଷ୍ପତ୍ତି ପ୍ରକାଶ କରିଥିବା ଜଣାପଡିଛି।

ସିଏନବିସି ଛଟେଇ ବିଷୟରେ ରିପୋର୍ଟ କରିଥିବାବେଳେ, ଆଇବିଏମ୍ ଆନୁଷ୍ଠାନିକ ଭାବେ ଏହି ସୂଚନା ନିଶ୍ଚିତ କରି ନାହିଁ। ଗତବର୍ଷ ଆଇବିଏମ୍ ସିଇଓ ଅରବିନ୍ଦ କୃଷ୍ଣଙ୍କ ବିବୃତ୍ତି ପରେ ପ୍ରଥମ କରି କମ୍ପାନୀ ଏଭଳି ପଦକ୍ଷେପ ନେଇଛି। ”ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ବଦଳାଯାଇଥିବା ପଦବୀ ପାଇଁ ନିଯୁକ୍ତି ବନ୍ଦ କରିବାକୁ କମ୍ପାନୀର ଉଦ୍ଦେଶ୍ୟ ବିଷୟରେ ସେ ସୂଚାଇ କହିଥିଲେ। ନିର୍ଦ୍ଦିଷ୍ଟ ଭାବରେ, କୃଷ୍ଣ ଉଲ୍ଲେଖ କହିଥିଲେ ଯେ ମାନବ ସମ୍ବଳ ପରି ବ୍ୟାକ୍ ଅଫିସ୍ କାର୍ଯ୍ୟରେ ନିଯୁକ୍ତି ପ୍ରୟାସ ସ୍ଥଗିତ ରହିବ କିମ୍ବା ବନ୍ଦ ହୋଇଯିବ।

ସେ କହିଥିଲେ, “ମୁଁ ସହଜରେ ଦେଖି ପାରୁଛି ଯେ ଏହାର ଏଆଇ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୩୦% ଚାକିରୀ ଅଟୋମେସନ୍ ଦ୍ୱାରା ବଦଳିଯାଇପାରେ।” ୨୦୨୩ରେ ଅନେକ ଆଇଟି କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ବେଳେ ୨୦୨୪ରେ ମଧ୍ୟ ଏହି ଧାରା ଲାଗି ରହିଛି। ଆଗକୁ ମଧ୍ୟ ଅନେକ ବଡ ଆଇଟି କମ୍ପାନୀ ଚଟେଇ କରି ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Share