ନୂଆଦିଲ୍ଲୀ,୫।୮: ଥିଏଟର ଲିଜାଣ୍ଡ ଇବ୍ରାହିମ୍ ଆଲ୍କାଜିଙ୍କ ମଙ୍ଗଳବାର ନୂଆଦିଲ୍ଲୀର ଏସ୍କର୍ଟ ହସ୍ପିଟାଲରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୯୫ ବର୍ଷ ହୋଇଥିଲା। ଭାରତରେ ଥିଏଟର ଜଗତରେ ଇବ୍ରାହିମ୍ ବିପ୍ଲବ ଆଣିଥିଲେ। ୪୦ ଦଶକରେ ମୁମ୍ବାଇରେ ଜଣେ ବିଶିଷ୍ଟ ଥିଏଟର ଆର୍ଟିଷ୍ଟ ଭାବେ ତାଙ୍କର ନାମ ଥିଲା। ୩୭ ବର୍ଷ ବୟସରେ ସେ ଦିଲ୍ଲୀ ଯାଇ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମାର ନିର୍ଦ୍ଦେଶକ ଭାବେ ଦୀର୍ଘ ୧୫ ବର୍ଷ ଦାୟିତ୍ୱ ଗ୍ରହଣ କରିଥିଲେ। ଫାଇନ୍ ଆର୍ଟ ଓ ଥିଏଟର ପ୍ରତି ତାଙ୍କର ବିଶେଷ ଆକର୍ଷଣ ଥିଲା।