ଇବ୍ରାହିମଙ୍କ ଫଟୋ ଦେଖି ବିବାହ କରିବାକୁ ପ୍ରସ୍ତାବ ଦେଲେଣି ମହିଳା ପ୍ରଶଂସକ, ଆଉ କେହି..

ବମ୍ବେ: ଦୀପାବଳି ସରିଯାଇଛି, ଏବେ ମୋତେ କ୍ୟାପଶନ୍‌ ମିଳୁନାହିଁ। ଏପରି କିଛି ଲେଖି ନିଜର କିଛି ଫଟୋ ଶେୟାର କରିଛନ୍ତି ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ସୁପୁତ୍ର ଇବ୍ରାହିମ। ବାସ୍‌,ଫଟୋଗୁଡ଼ିକ ତାଙ୍କ ଫିମେଲ ଫ୍ୟାନ୍‌ ମାନଙ୍କୁ ବେଶ୍‌ ପସନ୍ଦ ଆସିଛି। କେହି କେହି ତାଙ୍କୁ କ୍ୟାପଶନର ଆବଶ୍ୟକତା ନ ଥିବା କହୁଥିବା ବେଳେ ଅନେକ ବିବାହ କରିବାକୁ ପ୍ରସ୍ତାବ ଦେଇସାରିଲେଣି। ଏପରିକି ସ୍ବାମୀ ବୋଲି ମଧ୍ୟ କହୁଛନ୍ତି।

ପୂର୍ବରୁ ମଧ୍ୟ ଅନେକ ଥର ଇବ୍ରାହିମ ନିଜ ଲୁକ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଏବେ ୧୯ ବର୍ଷ ହୋଇଥିବା ବେଳେ ସେ ଖୁବ୍‌ ଶୀଘ୍ର ବଲିଉଡ୍‌ରେ ନିଜର ଡେବ୍ୟୁ କରିପାରନ୍ତି। ବାପା ସୈଫ ଏଥିପାଇଁ ସବୁଜ ସଙ୍କେତ ଦେଖାଇ ସାରିଛନ୍ତି। ଭଉଣୀ ସାରା ଏକାଧିକ ଫିଲ୍ମରେ ଜଲଓ୍ବା ଦେଖାଇ ବାହାବାଃ ସାଉଁଟି ସାରିଥିବା ବେଳେ ଇବ୍ରାହିମ୍‌ କି କିମିଆଁ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share