ବମ୍ବେ: ବଲିଉଡ୍ର ହିଟ୍ ଷ୍ଟାରକିଡ୍ଙ୍କ ମଧ୍ୟରୁ ସୈଫ ଲଳନା ସାରା ଅଲ୍ଲୀ ଖାନ ଏବଂ ପୁଅ ଇବ୍ରାହିମ ଅନ୍ୟତମ। ସୋସିଆଲ ମିଡିଆରେ ଉଭୟଙ୍କ ଫଲୋଅର୍ସ ମଧ୍ୟ ଅଧିକ। ଏପରିସ୍ଥଳେ ଦୁଇ ଦିନ ଭିତରେ ପୋଷ୍ଟ କରିଥିବା କଳାଧଳା ଫଟୋକୁ ନେଇ ଉଭୟ ଚର୍ଚ୍ଚାରେ। ଗୋଟିଏ ପଟେ ସାରା ଅଭିନୟରେ ପାଦ ଥାପି ସାରିଥିବା ବେଳେ ଇବ୍ରାହିମ୍ ଖୁବ୍ଶୀଘ୍ର ଡେବ୍ୟୁ କରିପାରନ୍ତି ନେଇ ଅନୁମାନ କରାଯାଉଛି।
ନିକଟରେ ଭଉଣୀ ସାରାଙ୍କ ସହ ଇବ୍ରାହିମ ଛୁଟି କଟାଇବାକୁ ଯାଇଥିଲେ। ଉକ୍ତ ସମୟର ଏକାଧିକ ଫଟୋ ସେ ଶେୟାର କରିଥିବା ବେଳେ ଶନିବାର ତାଙ୍କୁ ଶଟ୍ଲେସ୍ ଅବସ୍ଥାରେ ଦେଖିବାକୁ ମିଳୁଛି। ଏଥିରେ ତାଙ୍କର ଫିଟ୍ନେସ୍ ବାରି ହୋଇ ପଡ଼ୁଛି।
ସେହିଭଳି ରବିବାର ସାରା କଳାଧଳା ଫଟୋ ଶେୟାର କରିଛନ୍ତି। ଏଥିରେ ସେ ସମୁଦ୍ରକୂଳରେ ଛିଡ଼ା ହୋଇଥିବା ଦେଖାଯାଇଛି। ଏହାକୁ ପ୍ରଶଂସକ ବେଶ୍ ପ୍ରଶଂସା କରୁଛନ୍ତି।