Categories: ଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରି ଇତିହାସ ରଚିଲେ ଏହି ବ୍ୟାଟ୍ସମ୍ୟାନ୍‌

ମୁମ୍ବାଇ,୭।୧୧: କ୍ରିକେଟ ବିଶ୍ୱକପ୍‌ ୨୦୨୩ରେ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଇବ୍ରାହିମ୍‌ ଜାଦ୍‌ରାନ୍‌ ଇତିହାସ ରଚିଛନ୍ତି। ସେ ୧୨୧ ବଲ୍‌ରେ ନିଜ ଶତକ ପୂରଣ କରିଛନ୍ତି। ତେବେ ଏଭଳି କରି ସେ ବିଶ୍ୱକପ୍‌ ଇତିହାସରେ ଆଫଗାନିସ୍ତାନ ପକ୍ଷରୁ ଶତକ ମାରିଥିବା ପ୍ରଥମ ଖେଳାଳି ପାଲଟିଛନ୍ତି। ଇବ୍ରାହିମ୍‌ଙ୍କ ଇନିଂସ ଯୋଗୁ ଦଳ ମଜଭୂତ ସ୍ଥିତିରେ ପହଞ୍ଚିଛି।

ବିଶ୍ୱକପ୍‌ ଇତିହାସରେ ଆଫଗାନିସ୍ତାନ କ୍ରିକେଟରଙ୍କ ସର୍ବଶ୍ରେଷ୍ଠ ସ୍କୋର:
୧୦୧-ଇବ୍ରାହିମ୍‌ ଜାଦ୍‌ରାନ-ବନାମ ଅଷ୍ଟ୍ରେଲିଆ-୨୦୨୩
୯୬-ସମିଉଲ୍ଲାହ ଶିନଓ୍ବାରୀ-ବନାମ ଏସ୍‌ସିଓଟି-୨୦୧୫
୮୭-ଇବ୍ରାହିମ ଜାଦ୍‌ରାନ-ବନାମ ପାକିସ୍ତାନ-୨୦୨୩
୮୦-ହସମତୁଲ୍ଲା ଶାହିଦି-ବନାମ ଭାରତ-୨୦୨୩

Share