Categories: ଖେଳ

ସଚିନ ତେନ୍ଦୁଲକରଙ୍କୁ ନିଜ ଶତକୀୟ ଇନିଂସର ଶ୍ରେୟ ଦେଲେ ଆଫଗାନିସ୍ତାନର ଏହି ବ୍ୟାଟ୍ସମ୍ୟାନ୍‌

ମୁମ୍ବାଇ,୧୧।୭: ଆଫଗାନିସ୍ତାନର ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍‌ରାନ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି। ସେ ବିଶ୍ୱକପ୍‌ ଇତିହାସରେ ଶତକ ମାରିଥିବା ପ୍ରଥମ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍‌ ପାଲଟିଛନ୍ତି। ସେ ୧୪୩ ବଲରେ ଅପରାଜିତ ୧୨୯ ରନ୍‌ର ଇନିଂସ ଖେଳିଥିଲେ। ଏହି ସ୍ମରଣୀୟ ଇନିଂସ ଖେଳିବାର ଶ୍ରେୟ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଇଛନ୍ତି।

ସୋମବାର ସଚିନ ଆଫଗାନିସ୍ତାନ ଖେଳାଳିଙ୍କୁ ଭେଟିଥିଲେ। ଇବ୍ରାହିମଙ୍କ ସହ ତାଙ୍କର ଆଲୋଚନା ହୋଇଥିଲା। ଏହାର ଭିଡିଓ ଆଇସିସି ପକ୍ଷରୁ ମଧ୍ୟ ଜାରି କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ମଙ୍ଗଳବାର ଇବ୍ରାହିମ ଶତକ ମାରିବା ପରେ କହିଛନ୍ତି, ‘ସଚିନଙ୍କ ସହ ମୋର ଭଲ ଆଲୋଚନା ହୋଇଥିଲା, ସେ ନିଜର ଅନୁଭବ ମୋ ସହ ବାଣ୍ଟିଥିଲେ। ମ୍ୟାଚ୍‌ ପୂର୍ବରୁ ଆଜି ମୁଁ ସଚିନଙ୍କ ଭଳି ବ୍ୟାଟିଂ କରିବି ବୋଲି କହିଥିଲି। ସଚିନ ମୋ ମଧ୍ୟରେ ବହୁତ ଶକ୍ତି ଏବଂ ଆତ୍ମବିଶ୍ୱାସ ଭରିଛନ୍ତି ।’

ଏହାଛଡ଼ା ଦଳ ପାଇଁ ପ୍ରଥମ ଶତକ ମାରି ବହୁତ ଭଲ ଅନୁଭବ କରୁଥିବା ଇବ୍ରାହିମ କହିଛନ୍ତି। ଏହି ଟୁର୍ନାମେଣ୍ଟ ଲାଗି ସେ ବହୁତ ପରିଶ୍ରମ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଶତକ ମାରି ପାରି ନ ଥିଲି। ହେଲେ ଆଜି ଶତକ ମାରିବାରେ ସଫଳ ହୋଇଛି ବୋଲି ସେ କହିଛନ୍ତି।

Share