Categories: ଖେଳ

ବିଶ୍ୱକପ୍‌ ଫାଇନାଲ ଲାଗି ଅମ୍ପାୟାରଙ୍କ ନାମ ଘୋଷଣା କଲା ଆଇସିସି, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଅହମ୍ମଦାବାଦ, ୧୭।୧୧: ୪୬ ଦିନ, ୪୮ ମ୍ୟାଚ୍‌ ଏବଂ ୧୦ ଟିମ୍‌। ବିଶ୍ୱକପ୍‌ ୨୦୨୩ ଏବେ ଅନ୍ତିମ ପର୍ଯ୍ୟାୟରେ ପାଦ ଥାପିଛି। ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମୁକାବିଲା ଲାଗି ଆଇସିସି ପକ୍ଷରୁ ଶୁକ୍ରବାର ଅମ୍ପାୟରଙ୍କ ନାମ ଘୋଷଣା କରାଯାଇଛି। ଫାଇନାଲରେ ଇଂଲଣ୍ଡର ରିଚାର୍ଡ ଇଲିଂଓ୍ବର୍ଥ ଓ ରିଚାର୍ଡ କେଟେଲବରୋ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ। କେଟେଲବରୋ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ର ଫାଇନାଲରେ ଅମ୍ପାୟରିଂ କରିବାକୁ ଯାଉଛନ୍ତି। ପୂର୍ବରୁ ସେ ୨୦୧୫ ବିଶ୍ୱକପ୍‌ ଫାଇନାଲରେ କୁମାର ଧର୍ମସେନାଙ୍କ ସହ ଅମ୍ପାୟରିଂ କରିଥିଲେ। ସେହିଭଳି ଇଲିଂଓ୍ବର୍ଥଙ୍କ ପାଇଁ ମଧ୍ୟ ଏହା ହେବ ଦ୍ୱିତୀୟ ବିଶ୍ୱକପ୍‌ ଅନୁଭୂତି। ସେ ୧୯୯୨ ବିଶ୍ୱକପ୍‌ ଫାଇନାଲରେ ଜଣେ ଖେଳାଳିଭାବେ ପଡ଼ିଆକୁ ଓହ୍ଲାଇଥିଲେ। ଗ୍ରାଣ୍ଡ ଫାଇନାଲରେ ଅନ୍ୟ ଅଫିସିଆଲଙ୍କ ମଧ୍ୟରେ ତ୍ରିନିଦାଦ ଆଣ୍ଡ ଟବାଗୋର ଜୋଏଲ ଓ୍ବିଲସନ ତୃତୀୟ ଅମ୍ପାୟର, ନ୍ୟୁଜିଲାଣ୍ଡର କ୍ରିସ୍‌ ଗାଫାନି ୪ର୍ଥ ଅମ୍ପାୟର ଓ ଜିମ୍ବାଓ୍ବେର ଆଣ୍ଡି ପେକ୍ରଫ୍ଟ ମ୍ୟାଚ ରେଫରି ଦାୟିତ୍ୱରେ ରହିବେ। ଏମାନେ ସମସ୍ତେ ସେମିଫାଇନାଲ ୨ଟିରେ ମଧ୍ୟ ଅଫିସିଆଲ ଦାୟିତ୍ୱରେ ରହଥିଲେ। ଉଭୟ ଅମ୍ପାୟର ଆଇସିସିର ଅମ୍ପାୟର ଅଫ୍‌ ଦି ଇୟର ପୁରସ୍କାର ଭାବେ ଡେଭିଡ ଶେଫର୍ଡ ଟ୍ରଫି ଜିତି ସାରିଛନ୍ତି।

Share