Categories: ଖେଳ

ଏହି କ୍ରିକେଟର୍‌ଙ୍କୁ ୬ ବର୍ଷ ବାସନ୍ଦ କଲା ଆଇସିସି

ନୂଆଦିଲ୍ଲୀ,୨୩।୧୧: ଆଇସିସି କିମ୍ବଦନ୍ତୀ ୱେଷ୍ଟଇଣ୍ଡିଜ କ୍ରିକେଟର ମାର୍ଲନ ସାମୁଏଲ୍ସଙ୍କୁ ୬ ବର୍ଷ ପାଇଁ କ୍ରିକେଟରୁ ବାସନ୍ଦ କରିଛି। ଅନେକ ଥର ୱେଷ୍ଟଇଣ୍ଡିଜ ପାଇଁ ସାମୁଏଲ୍ସ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅବସର ପରେ ସେ ଘରୋଇ ଲିଗରେ ଖେଳୁଛନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବାରୁ ତାଙ୍କ ଉପରେ ବାସନ୍ଦ ଲଗାଯାଇଛି। ସାମୁଏଲ୍ସ ଆସନ୍ତା ୬ ବର୍ଷ ପାଇଁ କୌଣସି ଫର୍ମାଟରେ ଖେଳିବାକୁ ସମର୍ଥ ହେବେ ନାହିଁ।
ଏମିରେଟ୍ସ କ୍ରିକେଟ ବୋର୍ଡର ଦୁର୍ନୀତି ନିବାରଣ କୋଡ ସହ ଜଡିତ ନିୟମ ଭାଙ୍ଗିବାରେ ସାମୁଏଲ୍ସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆଇସିସି ଏଚଆର ଏବଂ ଇଣ୍ଟିଗ୍ରିଟି ୟୁନିଟର ମୁଖ୍ୟ ଆଲେକ୍ସ ମାର୍ଶନ ଗୁରୁବାର ଏହି ବ୍ୟାନ୍‌ ଘୋଷଣା କରିଛନ୍ତି। ସେ କହିଛନ୍ତି, ସାମୁଏଲ୍ସ ପ୍ରାୟ ଦୁଇ ଦଶନ୍ଧି ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଏହି ଅବଧିରେ ସେ ଅନେକ ଥର ଦୁର୍ନୀତି ବିରୋଧୀ ସେଶନରେ ଭାଗ ନେଇଥିଲେ। ଦୁର୍ନୀତି ବିରୋଧୀ ଦାୟିତ୍ୱ କ’ଣ ବୋଲି ସେ ଜାଣିଥିଲେ। ସେ ଅବସର ନେଇଛନ୍ତି। କିନ୍ତୁ ଯେତେବେଳେ ଅପରାଧ ଘଟିଲା ସେତେବେଳେ ସେ ଦଳର ଅଂଶ ଥିଲେ।
ସାମୁଏଲ୍ସ ୨୦୧୬ରେ ୱେଷ୍ଟଇଣ୍ଡିଜ ପାଇଁ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ ଶେଷ ଦିନିକିଆ ୨୦୧୮ରେ ଖେଳିଥିଲେ। ସେ ୭୧ଟି ଟେଷ୍ଟ ମ୍ୟାଚରେ ୨୯୧୭ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ୪୧ ଉଇକେଟ୍‌ ନେଇଛନ୍ତି। ସେ ୨୦୭ଟି ଦିନିକିଆ ମ୍ୟାଚ ରେ ୫୬୦୬ ରନ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ୮୯ ଉଇକେଟ ନେଇଛନ୍ତି।

Share