Categories: ଖେଳ

ପାକିସ୍ତାନ ଦଳକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବେ…

ନୂଆଦିଲ୍ଲୀ,୨୬।୯: ପାକିସ୍ତାନ କ୍ରିକେଟ ଟିମ୍‌ ଲାଗି ଭାରତୀୟ ଭିସା ଜାରି କରାଯାଇଛି। ଏନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସୋମବାର ସୂଚନା ଦେଇଛି। ଏଣୁ ଦଳ ସେପ୍ଟେମ୍ବର ୨୭ରେ ଭାରତ ଆସିବ ବୋଲି ଜଣାପଡ଼ିଛି।

ସେପ୍ଟେମ୍ବର ୨୯ରେ ପାକିସ୍ତାନ ଟିମ୍‌ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାର ୪୮ ଘଣ୍ଟାରୁ ମଧ୍ୟ କମ୍‌ ସମୟ ପୂର୍ବରୁ ଭିସା ନେଇ ମଞ୍ଜୁରି ମିଳିଛି।

Share