Categories: ଖେଳ

ଟି୨୦ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…

ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ ଜାତୀୟ ଟିମ୍‌ ସହ ଚୁକ୍ତି ଭାଙ୍ଗି ମୋଟା ପାଉଣା ପାଇବାକୁ ବିଦେଶୀ ଲିଗ୍‌ରେ ଯୋଡ଼ି ହେଉଛନ୍ତି। ଏହା ଅନ୍ତର୍ଜାତୀୟ କ୍ରିକେଟ ଲାଗି ଶୁଭଙ୍କର ନୁହେଁ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି, ଯାହାକୁ ଦୃଷ୍ଟିରେ ରଖି ଆଇସିସି ଏବେ ବଡ଼ ନିଷ୍ପତ୍ତି ନେଇଛି।

ନିକଟରେ ହୋଇଥିବା ବୋର୍ଡ ମିଟିଂ ପରେ ଆଇସିସି ବିଭିନ୍ନ ଟି୨୦ ଲିଗ୍‌ରେ ଦଳ ଲାଗି ବିଦେଶୀ କ୍ରିକେଟରଙ୍କ ସଂଖ୍ୟାକୁ ସୀମିତ କରିଦେଇଥିବା ଘୋଷଣା କରିଛି। ତଦନୁଯାୟୀ ନୂଆ ପ୍ରତିଯୋଗିତାରେ ପ୍ରତି ଟିମ୍‌ ନିଜର ଏକାଦଶରେ ୪ ବିଦେଶୀ ଖେଳାଳି ଖେଳାଇପାରିବେ। ଏହା ସମସ୍ତ ଲିଗ୍‌ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ଏହାଛଡ଼ା ଶୀର୍ଷ ଦେଶଗୁଡ଼ିକରେ ଟି୨୦ ବିଶେଷଜ୍ଞ ଖେଳାଳିଙ୍କ ସାମୁହିକ ସନ୍ୟାସକୁ ରୋକିବା ଲାଗି ନୂଆ ପ୍ରତିଯୋଗିତାରେ ଅତିକମ୍‌ରେ ୭ ଘରୋଇ ଖେଳାଳି ନଚେତ ଆସୋସିଏଟ୍‌ ସଦସ୍ୟଙ୍କୁ ଏକାଦଶରେ ସାମିଲ କରିବାକୁ ହେବ ବୋଲି ଆଇସିସି କହିଛି।

Share