Categories: ଖେଳ

ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଆଶଙ୍କା

ନୂଆଦିଲ୍ଲୀ, ୫ା୧୧: ଦିଲ୍ଲୀରେ ମାତ୍ରାଧିକ ବାୟୁ ପ୍ରଦୂଷଣ ପାଇଁ ସୋମବାର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ନୂଆଦିଲ୍ଲୀରେ ମ୍ୟାଚ୍‌ କିପରି ଖେଳାଯାଇପାରିବ ସେନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବିଶିଷ୍ଟ ଫୁସ୍‌ଫୁସ୍‌ ବିଶେଷଜ୍ଞ ରଣଦୀପ ଗୁଲେରିଆଙ୍କ ପରାମର୍ଶ ନେଇଛି।

ଗତ ୪ ଦିନ ହେଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରାଧି ରଖିଛି। ମଙ୍ଗଳବାର ପର୍ଯ୍ୟନ୍ତ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ଅବା ବାୟୁ ଗୁଣବତ୍ତା ସୂଚକାଙ୍କ ଗୁରୁତର ବର୍ଗରେ ରହିପାରେ। ଏନେଇ ମ୍ୟାଚ ଅଫିସିଆଲ ସୋମବାର ଯାହା ନିଷ୍ପତ୍ତି ନେବେ। ବିପଜ୍ଜନକ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ଜଳ ସିଞ୍ଚନ ସହ ଡ୍ରେସିଂ ରୁମ୍‌ରେ ଏୟାର ପ୍ୟୁରିଫାୟର ଯନ୍ତ୍ର ଖଞ୍ଜିବା ବ୍ୟବସ୍ଥା କରାଯାଇପାରେ।

Share