Categories: ଖେଳ

ଆଇସିସି ଟି-୨୦ ର଼୍ୟାକିଙ୍ଗ୍‌: ରସିଦ୍‌ଙ୍କୁ ବମ୍ଫର ଫାଇଦା, ଜାଣନ୍ତୁ କେଉଁ ଖେଳାଳି କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ,୨୧।୩: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟି -୨୦ ଖେଳାଳିଙ୍କ ର଼୍ୟାକିଙ୍ଗ୍‌ ପ୍ରକାଶ କରିଛି। ଆଫଗାନିସ୍ତାନ କ୍ରିକେଟର ରସିଦ୍‌ ଖାନ ଆହତ କାରଣରୁ ବହୁଦିନ ହେବ କ୍ରିକେଟଠାରୁ ଦୂରେଇ ଯାଇଥିଲେ। ଆଉ ଏବେ ମଇଦାନକୁ ଫେରିବା ମାତ୍ରେ ହିଁ ରେକର୍ଡ ସୃଷ୍ଟି କରିଛନ୍ତି। ବୋଲର ମାନ୍ୟତାରେ ରସିଦ୍‌ ଖାନ ୪ ସ୍ଥାନ ହାସଲ କରିଛନ୍ତି ଏବଂ ବର୍ତ୍ତମାନ ସେ ନବମ ସ୍ଥାନରେ ଅଛନ୍ତି। ଆୟର୍ଲାଣ୍ଡ ବିପକ୍ଷ ଟି -୨୦ ସିରିଜରେ ଖେଳାଯାଇଥିବା ୩ଟି ମ୍ୟାଚରେ ରସିଦ ୮ ଉଇକେଟ୍‌ ନେଇଥିଲେ। ଏହି ପ୍ରଦର୍ଶନ ଆଧାରରେ ସେ ପୁଣି ଥରେ ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ନାମ ପଞ୍ଜିକରଣ କରିଛନ୍ତି।

ଟି -୨୦ରେ ବ୍ୟାଟିଂ ବିଷୟରେ କହିବାକୁ ଗଲେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ରାଜତ୍ୱ ଜାରି ରହିଛି ଏବଂ ଇଂଲଣ୍ଡର ଫିଲ ସଲ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ଟପ -୧୦ ବ୍ୟାଟିଂରେ କୌଣସି ପରିବର୍ତ୍ତନ ହୋଇନାହିଁ। ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଟପ -୧୦ରେ କେବଳ ଯଶସ୍ବୀ ଜସଓ୍ବାଲ ଅଛନ୍ତି, ଯିଏ ବର୍ତ୍ତମାନ ଷଷ୍ଠ ସ୍ଥାନରେ ଅଛନ୍ତି।

Share