Categories: ଖେଳ

ଆଇସିସି ବଦଲାଇଲା ଇନ୍ଦୋର ପିଚ୍‌ ରେଟିଂ

ଦୁବାଇ,୨୭ା୩: ଇନ୍ଦୋର ହୋଲ୍‌କାର ଷ୍ଟାଡିୟମ କ୍ରିକେଟ ପିଚ୍‌ ରେଟିଂ ବଦଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ପକ୍ଷରୁ ଆବେଦନ ପରେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ୪ ମ୍ୟାଚ୍‌ବିଶିଷ୍ଟ ବର୍ଡର-ଗାଭସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳାଯାଇଥିଲା। ତୃତୀୟ ଟେଷ୍ଟକୁ ଅଷ୍ଟ୍ରେଲିଆ ୯ ଉଇକେଟରେ ଜିତିଥିବା ବେଳେ ତୃତୀୟ ଦିନର ଲଞ୍ଚ୍‌ ପୂର୍ବରୁ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ତେବେ ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ପିଚ୍‌କୁ ନିମ୍ନମାନର ରେଟିଂ ଦେଇଥିଲେ। ତେବେ ବିସିସିଆଇର ଆବେଦନ ତଥା ଭିଡିଓ ସମୀକ୍ଷା ପରେ ଏହାକୁ ପରିବର୍ତ୍ତନ କରାଯାଇ ବିଲୋ ଆଭରେଜ୍‌ ରେଟିଂ ପ୍ରଦାନ କରାଯାଇଛି। ଏହାସହିତ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମର ପିଚ୍‌କୁ ଆଭରେଜ ରେଟିଂ ପ୍ରଦାନ କରାଯାଇଛି। ସିରିଜ୍‌ର ଅନ୍ତିମ ଟେଷ୍ଟ ଏଠାରେ ଖେଳାଯାଇଥିବା ବେଳେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଉଭୟ ଦଳର ଗୋଟିଏ ଲେଖାଏ ଇନିଂସ ସମାପ୍ତ ହୋଇଥିଲା। ଭାରତ ଏହି ଟେଷ୍ଟକୁ ଡ୍ର ରଖିବା ସହିତ ସିରିଜକୁ ୨-୧ରେ ଜିତିନେଇଥିଲା।

Share