Posted inଖେଳ

କୋହଲିଙ୍କୁ ବଡ଼ ଝଟକା: ଚାମ୍ପିୟନ୍ସ ଟ୍ରଫି ପରେ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କଲା IIC, ଭାରତରୁ ଏହି ଖେଳାଳି ଆଗରେ…

ନୂଆଦିଲ୍ଲୀ,୧୨।୩: ICC ବୁଧବାର ଅପଡେଟ୍‌ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ୭୬ ରନର ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ର଼୍ୟାଙ୍କିଙ୍ଗ୍‌ରେ ଲାଭ ମିଳିଛି। ସେ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଶୁବମନ ଗିଲ ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତଥାପି, ବିରାଟ କୋହଲିଙ୍କ ର଼୍ୟାଙ୍କିଙ୍ଗ୍‌ରେ କ୍ଷତି ହୋଇଛି। ସ୍ପିନ ବୋଲର କୁଲଦୀପ ଯାଦବ ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।

ଶୁବମନ ଗିଲ ୭୮୪ ରେଟିଂ ପଏଣ୍ଟ ସହିତ ତାଙ୍କର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ୭୭୦ ରେଟିଂ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମା ଦୁଇଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରୁ ତୃତୀୟ ସ୍ଥାନକୁ ଯାଇଛନ୍ତି। ତାଙ୍କୁ ଫାଇନାଲରେ ୭୬ ରନର ଇନିଂସ ଖେଳିବାର ଲାଭ ମିଳିଥିଲା। ଏହି ଇନିଂସ ପାଇଁ, ସେ ଫାଇନାଲରେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମଧ୍ୟ ପାଇଥିଲେ।

ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବିରାଟ କୋହଲି ୨ବଲରୁ ୧ ରନ କରି ଆଉଟ୍‌ ହୋଇଥିଲେ। କୋହଲି ଆଇସିସି ର଼୍ୟାଙ୍କିଙ୍ଗରେ ଗୋଟିଏ ସ୍ଥାନ ହରାଇଛନ୍ତି, ସେ ଚତୁର୍ଥ ସ୍ଥାନରୁ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ତାଙ୍କର ୭୩୬ ରେଟିଂ ପଏଣ୍ଟ ରହିଛି।
ଭାରତୀୟ ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ICC ରାଙ୍କିଙ୍ଗରେ ଲାଭ ମିଳିଛି। ସେ ୬୫୦ ରେଟିଂ ପଏଣ୍ଟ ସହିତ ତିନି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସେ ଷଷ୍ଠ ସ୍ଥାନରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପହଲଗାମ୍‌ ଆକ୍ରମଣ ପରେ ଭାରତ-ପାକିସ୍ତାନ କ୍ରିକେଟକୁ ନେଇ BCCI ଉପାଧ୍ୟକ୍ଷଙ୍କ ବଡ଼ ବୟାନ 

ନୂଆଦିଲ୍ଲୀ,୨୪।୪: କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ରୁ ଅଧିକ ଭାରତୀୟଙ୍କ ଜୀବନ ଯିବା ପରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳୁଛି। ଏହି...

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ: ‘ଆଇଏସଆଇଏସ କଶ୍ମୀର’ରୁ ଆସିଲା ଇମେଲ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ତଥା ପୂର୍ବତନ ଭାଜପା ଏମପି ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ମୃତ୍ୟୁ ଧମକ ମିଳିଛି। ଏପ୍ରିଲ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ଆଇଏସ୍‌ଏସ୍‌ଏଫ୍‌ ଓ୍ବାଲର୍‌ଡ କପ୍‌: ଭାରତକୁ ତୃତୀୟ ସ୍ଥାନ

ଲିମା (ପେରୁ), ୨୨ା୪: ପୃଥ୍ବୀରାଜ ଟୋଣ୍ଡାଇମାନ ଓ ପ୍ରଗତି ଦୁବେ ଟ୍ରାପ୍‌ ମିକ୍ସଡ ଟିମ୍‌ ଇଭେଣ୍ଟର ମେଡାଲ ରାଉଣ୍ଡକୁ ଉନ୍ନୀତ ହେବାରେ ବିଫଳ ହେବାରୁ ଭାରତୀୟ...

୫ ମହିଳା ଚେସ୍‌ ଖେଳାଳିଙ୍କୁ ମିଳିବ ୧କୋଟି ଅନୁଦାନ

ହାଇଦ୍ରାବାଦ,୨୨ା୪: ଭାରତରେ ମହିଳା ଖେଳର ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଥିବା ୬୪ ସ୍କୋୟାର୍ସ ନାମକ ଏକ ସଂଗଠନ ମଙ୍ଗଳବାର ଇଣ୍ଟରନ୍ୟାଶନାଲ ମାଷ୍ଟର(ଆଇଏମ୍‌) ଭାନ୍ତିକା ଅଗ୍ରଓ୍ବାଲଙ୍କ...

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image