Categories: ଖେଳ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ବାବରଙ୍କ ପାଇଁ ଗିଲ୍ ବିପଦ, ପାଣ୍ଡ୍ୟା-ଈଶାନ ଚମକିଲେ

ନୂଆଦିଲ୍ଲୀ, ୯। ୮: ଆଇସିସି ପକ୍ଷରୁ ବୁଧବାର ଦିନିକିଆ କ୍ରିକେଟରଙ୍କ ତାଜା ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳିଙ୍କୁ ସୁଯୋଗ ମିଳିଛି। ବିଶ୍ବକପ୍ ପୂର୍ବରୁ ଦଳ ପାଇଁ ଏହା ଭଲ ଖବର ବୋଲି କୁହାଯାଉଛି।

ତାଜା ରାଙ୍କିଙ୍ଗ ଅନୁଯାୟୀ, ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଈଶାନ କିଶନ ୯ ସ୍ଥାନ ଉପରକୁ ଉଠିଛନ୍ତି। ସେହିଭଳି ଷ୍ଟାର ଓପନର୍ ଶୁଭମନ ଗିଲ ୨ ସ୍ଥାନ ଉପରକୁ ଉଠି ୫ମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କର ଏବେ ୭୪୩ ପଏଣ୍ଟ ରହିଛି।

ବ୍ୟାଟିଂରେ ପାକିସ୍ତାନ ଅଧିନାୟକ ବାବର ଆଜମ ଶୀର୍ଷରେ ଅଛନ୍ତି। ତାଙ୍କର ୮୮୬ ପଏଣ୍ଟ ରହିଛି। ତେବେ ରାଙ୍କିଙ୍ଗର ଶୀର୍ଷ ୧୦ରେ ୨ଜଣ ଭାରତୀୟ ଅଛନ୍ତି। ଗିଲଙ୍କ ବ୍ୟତୀତ ବିରାଟ କୋହଲି ୯ମ ସ୍ଥାନରେ ଅଛନ୍ତି। ତେବେ ଗିଲ୍ ଯଦି ନିଜର ଜବରଦସ୍ତ ବ୍ୟାଟିଂ ଜାରି ରଖନ୍ତି ତେବେ ଖୁବଶୀଘ୍ର ବାବରଙ୍କ ସ୍ଥାନ ଛଡାଇ ଆଣି ପାରନ୍ତି ବୋଲି କୁହାଯାଉଛି।

ବ୍ୟାଟିଂ ରାଙ୍କିଙ୍ଗରେ ୧୦ ସ୍ଥାନ ଉପରକୁ ଉଠି ୭୧ନଂ ରେ ପହଞ୍ଚି ଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ବୋଲିଂ ରେ କୁଳଦୀପ ୧୦ନଂ ଏବଂ ଶାର୍ଦ୍ଦୁଳ ଠାକୁର ୪ ପଏଣ୍ଟ ଉଠି ୩୦ନଂରେ ପହଞ୍ଚି ଛନ୍ତି।

 

Share