Categories: ଖେଳ

ବିଶ୍ୱକପ ପାଇଁ ଟିକେଟ୍‌ କିଣିବାକୁ କରିଛନ୍ତି କି ଅପେକ୍ଷା, ଜାଣନ୍ତୁ କେବେଠୁ ଆରମ୍ଭ ହେବ ବୁକିଂ

ନୂଆଦିଲ୍ଲୀ,୨୯।୭: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ୫ ଅକ୍ଟୋବରରେ ଆରମ୍ଭ ହେବ। ଭାରତରେ ଆୟୋଜିତ ହେବାକୁ ଥିବା ଏହି ମେଗା ଇଭେଣ୍ଟ ଦେଶର ୧୦ଟି ସହରରେ ଆୟୋଜିତ ହେବ। ତେବେ ୧୯ ନଭେମ୍ବରରେ ଫାଇନାଲ ମ୍ୟାଚ ଖେଳାଯିବ। ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ବିସିସିଆ କ୍ରମାଗତ ଭାବରେ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି। ଏଭଳି ପରିସ୍ଥିତିରେ ଅଗଷ୍ଟ ମାସର ଦ୍ୱିତୀୟ ସପ୍ତାହରୁ ଖୁବ୍‌ଶୀଘ୍ର ମ୍ୟାଚ ଗୁଡିକର ଟିକେଟ୍‌  ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇପାରେ। ବିସିସିଆଇ ଏହାର ସମସ୍ତ ରାଜ୍ୟ ବୋର୍ଡ ଆସୋସିଏଶନକୁ ସେମାନଙ୍କ ମ୍ୟାଚ ପାଇଁ ଟିକେଟ୍‌ ମୂଲ୍ୟ ସ୍ଥିର କରିବାକୁ ଏବଂ ଜୁଲାଇ ୩୧ସୁଦ୍ଧା ପଠାଇବାକୁ କହିଛି। ଏହା ପରେ ୧୦ ଅଗଷ୍ଟରୁ ଟିକେଟ୍‌ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବିଶ୍ୱକପ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ପର୍କରେ ୨ରୁ୩ ଦେଶ ବିସିସିଆଇଠାରେ ଦାବି କରିଛନ୍ତି। ଏଭଳି ପରିସ୍ଥିତିରେ ଆସନ୍ତା କିଛି ଦିନ ମଧ୍ୟରେ ଏକ ନୂତନ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ।

 

Share