Categories: ଖେଳ

ମଙ୍ଗଳବାର ଘୋଷଣା ହେବ ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୨୬।୬: ଚଳିତ ବର୍ଷ ଶେଷରେ ଭାରତରେ ଆୟୋଜିତ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ କାର୍ଯ୍ୟସୂଚୀ ଜୁନ ୨୭ ଅର୍ଥାତ୍‌ ମଙ୍ଗଳବାର ଘୋଷଣା କରାଯିବ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅହମ୍ମଦାବାଦ ପଡିଆରେ ଭାରତ ସହ ମ୍ୟାଚ ଖେଳିବାକୁ ସମ୍ମତି ଦେଇଛି। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ଦଳ ବାଙ୍ଗାଲୋର ଏବଂ ଚେନ୍ନାଇ ପଡ଼ିଆରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ। ବିସିସିଆଇ ଜୁନ ୨୭ରେ ମୁମ୍ବାଇରେ ୧୧:୩୦ରେ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବ।

୨ଟି ମ୍ୟାଚ ସ୍ଥାନ ପରିବର୍ତ୍ତନ କରିବାକୁ ପାକିସ୍ତାନର ଦାବିକୁ ଆଇସିସି ଏବଂ ବିସିସିଆଇ ପ୍ରତ୍ୟାଖ୍ୟାନ କରିଛି। ଆଗାମୀ ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯାଇପାରେ। ଜୁନ ୨୭ରୁ ଏହି ମେଗା ଟୁର୍ନାମେଣ୍ଟ ପାଇଁ ଠିକ ୧୦୦ ଦିନ ଗଣନା ଆରମ୍ଭ ହେବ। ଜୁନ ୨୭ରେ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ବିସିସିଆଇର ଜଣେ ଅଧିକାରୀ ଇନସାଇଡ ସ୍ପୋର୍ଟକୁ ଦେଇଥିବା ବିବୃତ୍ତିରେ କହିଛନ୍ତି। ଏ ସମ୍ପର୍କରେ ଏକ ଆଇସିସି କାର୍ଯ୍ୟକ୍ରମ ଆୟୋଜିତ ହେବ। ଡ୍ରାଫ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ପାକିସ୍ତାନ ଏହାର ସମ୍ମତି ଦେଇଛି।

Share