Categories: ଖେଳ

ଦିନିକିଆ ବିଶ୍ୱକପ ୨୦୨୩: ଇଡେନ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ସେମିଫାଇନାଲର ଟିକେଟ୍‌ ମୂଲ୍ୟ କେତେ ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୭: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ୨୦୨୩ ମ୍ୟାଚର ଟିକେଟ୍‌ ମୂଲ୍ୟକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଏହି ଅପେକ୍ଷାର ସମାପ୍ତ ଘଟିଛି। ବିଶ୍ୱକପ ଦ୍ୱିତୀୟ ଫାଇନାଲ ମ୍ୟାଚ ୧୬ ନଭେମ୍ବରରେ କୋଲକାତାରେ ଇଡେନ ଗାଡେନ୍ସ ଷ୍ଟାଡିୟମରେ ଖେଳାଯିବ। ସୋମବାର ଦିନ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏଶନ ଏକ ବିବୃତ୍ତିରେ କହିଛି ଯେ ସେମିଫାଇନାଲର ଟିକେଟ୍‌ ମୂଲ୍ୟ ୯୦୦ ରୁ ଆରମ୍ଭ ହେବ।

ବେଙ୍ଗଲ କ୍ରିକେଟ ଆସୋସିଏଶନର ବିବୃତ୍ତିରେ କୁହାଯାଇଛି ଯେ, ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ ସେମିଫାଇନାଲ ଏବଂ ଭାରତ-ଆଫ୍ରିକା ମ୍ୟାଚ ପାଇଁ ଟିକେଟ୍‌ ୯୦୦ରୁ ୩୦୦ଟଙ୍କା ମଧ୍ୟରେ ହେବ। ୯୦୦ ଟିକେଟ୍‌ ଉପର ପାଇଁ ହେବ। ସେହିପରି ବି, ଏଲ ବ୍ଲକ ଟିକେଟ ମୂଲ୍ୟ ୩୦୦୦ ହେବ। ୧୫୦୦ ଟଙ୍କା (ଡି, ଏଚ ବ୍ଲକ) ଏବଂ ୨୫୦୦ଟଙ୍କା (ସି, କେ ବ୍ଲକ) ହେବ।

ଇଡେନ ଗାର୍ଡେନ୍ସର ୬୩,୫୦୦ ଦର୍ଶକଙ୍କ ବସିବାର କ୍ଷମତା ଅଛି। ଏଠାରେ ବିଶ୍ୱକପର ମୋଟ ୫ଟି ମ୍ୟାଚ ଖେଳାଯିବ। ଏଠାରେ ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ପାଇଁ ଟିକେଟ ସବୁଠୁ ଶସ୍ତା ହେବ । ଏହି ମ୍ୟାଚ ଦେଖିବାକୁ ପ୍ରଶଂସକମାନଙ୍କୁ ୬୫୦ ଟଙ୍କା (ଉପର ସ୍ତର)ରୁ ୧୫୦୦ ଟଙ୍କା (ବି, ସି, କେ, ଏଲ ବ୍ଲକ) ଦେବାକୁ ପଡିବ। ଏହି ମ୍ୟାଚରେ ଡି ଏବଂ ଏଚ ବ୍ଲକ ପାଇଁ ୧୦୦୦ ଟଙ୍କା ଟିକେଟ ରହିବ।

ଏହି ଗ୍ରାଉଣ୍ଡରେ ପାକିସ୍ତାନକୁ ଇଂଲଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ ଦୁଇଟି ମ୍ୟାଚ ଖେଳିବାକୁ ପଡିବ। ଏହି ଦୁଇଟି ମ୍ୟାଚ ପାଇଁ ଟିକେଟ ୮୦୦ ଟଙ୍କା (ଉପର ସ୍ତର), ୧୨୦୦(ଡି, ଏଚ ବ୍ଲକ), ୨୦୦୦(ସି, କେ ବ୍ଲକ) ଏବଂ ୨୨୦୦ (ବି, ଏଲ ବ୍ଲକ) ହେବ।

Share