ଦୁବାଇ,୨୮।୧(ପି.ଟି.): ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗ୍ର ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ତାରକା ଓପନର ରୋହିତ ଶର୍ମା ୨ ନମ୍ବର ସ୍ଥାନରେ ରହିଛନ୍ତି। ସେହିପରି ବୋଲିଂ ତାଲିକାରେ ଯଶପ୍ରୀତ ବୁମ୍ରା ପୂର୍ବପରି ତୃତୀୟ ସ୍ଥାନରେ ରହିଛନ୍ତି। କୋହଲି ତାଙ୍କ ଶେଷ ଦୁଇଟି ଦିନିକିଆରେ ୮୯ ଓ ୬୩ ରନ ସଂଗ୍ରହ କରି ୮୭୦ ପଏଣ୍ଟ ହାସଲ କରିଛନ୍ତି। ରୋହିତ ୮୪୨ ପଏଣ୍ଟ ପାଇଥିବା ବେଳେ ପାକିସ୍ତାନର ବାବର ଆଜମ ୮୩୭ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ରସ୍ ଟେଲର ୮୧୮ ପଏଣ୍ଟ ପାଇ ଚତୁର୍ଥ ଓ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ ୭୯୧ ପଏଣ୍ଟ ପାଇ ବ୍ୟାଟିଂ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ବୋଲିଂ ତାଲିକାରେ ବୁମ୍ରା ୭୦୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିବା ସହ ଶ୍ରେଷ୍ଠ ଭାରତୀୟ ବିବେଚିତ ହୋଇଛନ୍ତି।