ଦୁବାଇ,୧୭।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ରେ କ୍ରମାଗତ ଅର୍ଦ୍ଧଶକତ ହାସଲ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାର ଟପ୍-୫ରେ ପ୍ରବେଶ କରିଛନ୍ତି। ପୂର୍ବ ଅପେକ୍ଷା ସେ ର଼୍ୟାଙ୍କିଙ୍ଗ୍ର ଗୋଟିଏ ସୋପାନ ଉପରକୁ ଉଠିଛନ୍ତି। ର଼୍ୟାଙ୍କିଙ୍ଗ୍ରେ ଉନ୍ନତି ଯୋଗୁ ପ୍ରତ୍ୟେକ ଫର୍ମାଟର ଏକମାତ୍ର ଖେଳାଳି ଭାବେ ଟପ୍-୫ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି କୋହଲି। ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ନମ୍ବର ଓ୍ବାନ ପୋଜିଶନରେ ଥିବା କୋହଲି ଟେଷ୍ଟରେ ୫ମ ସ୍ଥାନରେ ରହିଛନ୍ତି। କୋହଲିଙ୍କ ବ୍ୟତୀତ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟାସ ଆୟାର ଓ ଋଷଭ ପନ୍ତଙ୍କ ର଼୍ୟାଙ୍କିଙ୍ଗ୍ରେ ମଧ୍ୟ ଉନ୍ନତି ଆସିଛି। ଦୁହେଁ ଯଥାକ୍ରମେ ୩୨ ଓ ୩୦ଟି ସ୍ଥାନ ଉପରକୁ ଉଠିଛନ୍ତି।