Categories: ଖେଳ

ଜାରି ହେଲା ଆଇସିସି ଟେଷ୍ଟ ରାଙ୍କିଙ୍ଗ୍‌, ତଳକୁ ଖସିଲେ ରୋହିତ

ନୂଆଦିଲ୍ଲୀ,୨୪।୦୭: ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳା ଯାଇଥିବା ଦ଼୍ବିତୀୟ ଟେଷ୍ଟ ମ୍ୟାଚ୍‌ ପରେ ଆଇସିସି ପକ୍ଷରୁ ଟେଷ୍ଟ ମାନ୍ୟତା ଜାରି କରାଯାଇଛି । ଇଂଲଣ୍ଡର ପୂର୍ବତନ କ୍ୟାପ୍ଟେନ୍‌ ଜୋ ରୁଟ୍‌ ଏକ ନମ଼୍ବର ସ୍ଥାନରେ ରହିପାରନ୍ତି ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ ସମାନ୍ୟ କିଛି ପଏଣ୍ଟ ଅନ୍ତରରୁ ଏହି ସ୍ଥାନ ପାଇ ପାରିନାହାନ୍ତି । ହେଲେ ଇଂଲଣ୍ଡର ହେରି ବ୍ରୁକ୍‌ ରାଙ୍କିଙ୍ଗ୍‌ରେ ଉପରକୁ ଉଠିବାରୁ ରୋହିତ ତଳକୁ ଖସିଛନ୍ତି । ଏହାପରେ ବି ଭାରତୀୟ ଟିମ୍‌ର ତ ଖେଳାଳି ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ।

ଆଇସିସି ଟେଷ୍ଟ ମାନ୍ୟତାରେ ନ୍ୟୁଜିଲ୍ୟାଣ୍ଡର କେନ ୱିଲିୟମସନ ଏବେ ମଧ୍ୟ ଏକ ନମ୍ବର ବ୍ୟାଟ୍ସମ୍ୟାନ ରହିଛନ୍ତି। ବର୍ତ୍ତମାନ ତାଙ୍କର ରେଟିଙ୍ଗ୍‌ ୮୫୯ ରହିଛି । ଇଂଲଣ୍ଡର ଜୋ ରୁଟ ତାଙ୍କ ସହ ଅତି ନିକଟତର ହୋଇଛନ୍ତି । ଏଥର ମଧ୍ୟ ଜୋ ରୁଟ ଦ୍ୱିତୀୟ ସ୍ଥାନରେ ଅଛନ୍ତି, କିନ୍ତୁ ତାଙ୍କର ରେଟିଂ ବୃଦ୍ଧି ପାଇଛି। ଏହା ପରେ ଇଂଲଣ୍ଡର ହ୍ୟାରି ବ୍ରୁକ ସିଧା ତିନି ନମ୍ବରକୁ ଡେଇଁଛନ୍ତି। ତାଙ୍କୁ ଚାରିଟି ସ୍ଥାନ ଡେଇଁଛନ୍ତି । ବର୍ତ୍ତମାନ ତାଙ୍କର ରେଟିଙ୍ଗ୍‌ ୭୭୧ କୁ ବୃଦ୍ଧି ପାଇଛ

ଭାରତର ଯଶସ଼୍ବୀ ଜୈଶ଼୍ବାଲ ରେଟିଂ ୭୪୦ସହ ୮ ନମ୍ବର ସ୍ଥାନରେ ଅଛନ୍ତି । ଶ୍ରୀଲଙ୍କାର ଦାମୁଥ କରୁଣାତ୍ନେ ୭୩୯ ରେଟିଂ ସହିତ ୯ ନମ୍ବରରେ ରହିଛନ୍ତି । ଶ୍ରେଷ୍ଠ ୧୦ରେ ଭାରତର ବିରାଟ କୋହଲି ଶେଷ ସ୍ଥାନରେ ଅଛନ୍ତ ି। ତାଙ୍କର ରେଟିଂ ଏପର୍ଯ୍ୟନ୍ତ ୭୩୭ ରହିଛି ।

Share