Posted inଖେଳ

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ କାର୍ଯ୍ୟକାଳ ପୂରା ହେବା ପୂବରୁ ଇସ୍ତଫା ଦେବାର ସମ୍ଭାବନା ସୃଷ୍ଟି ହୋଇଛି। ଅଡିଟ୍‌ ଫାର୍ମ ପ୍ରାଇସ୍‌ ଓ୍ବାଟରହାଉସ୍‌ କୁପର୍ସର ଏକ ଅନ୍ତରୀଣ ଯାଞ୍ଚରେ ତାଙ୍କର କାର୍ଯ୍ୟକଳାପ ତଦନ୍ତ ପରିସରଭୁକ୍ତ ହୋଇଛି। ସେ ସନ୍ଦେହ ଘେରକୁ ଆସିଛନ୍ତି। ୨୦୧୯ ଆଇସିସି ବିଶ୍ୱକପ୍‌ ପରେ ଡେଭ ରିଚାର୍ଡସନ ଇସ୍ତଫା ଦେବାରୁ ସାହନୀ ସିଇଓ ପଦରେ ନିଯୁକ୍ତ ହୋଇଥିଲେ। ସେ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିଥାନ୍ତେ। ବିଭିନ୍ନ ନୀତି ନିର୍ଦ୍ଧାରଣ ନେଇ ପ୍ରଭାବଶାଳୀ କ୍ରିକେଟ ବୋର୍ଡଗୁଡିକ ସହିତ ତାଙ୍କର ସେତେଟା ମଧ୍ୟ ଭଲ ସମ୍ପର୍କ ନ ଥିଲା।
କେବଳ ସେତିକି ନୁହେଁ ନିଜ ସହକର୍ମୀଙ୍କ ସହ ମଧ୍ୟ ତାଙ୍କର ବ୍ୟବହାର ଭଲ ନ ଥିଲା। ସହକର୍ମୀଙ୍କ ସହ ତାଙ୍କର ବ୍ୟବହାର ମୁକାବିଲାମୂଳକ ଥିଲା ବୋଲି ଆଇସିସି ବୋର୍ଡ ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି। କିଛି ସମୟ ହେବ ସେ ଅଫିସ୍‌କୁ ଆସୁ ନ ଥିଲେ। ଫଳରେ ମଙ୍ଗଳବାର ୫୬ ବର୍ଷୀୟ ସାହନୀଙ୍କୁ ଛୁଟିରେ ପଠାଇବାକୁ ଆଇସିସି ନିଷ୍ପତ୍ତି ନେଇଛି। ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚନ ପରଠାରୁ ସେ ଚାପରେ ରହିଥିଲେ। ନଭେମ୍ବରରେ ଗ୍ରେଗ୍‌ ବାର୍କଲେ ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ସାହନୀଙ୍କ କାର୍ଯ୍ୟକରିବାର ଶୈଳୀ ଅଜବ ପ୍ରକାରର ଥିଲା ଓ ରିଚାର୍ଡସନଙ୍କଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଫଳରେ ଅନ୍ୟ କର୍ମଚାରୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନ ଥିଲା। ତାଙ୍କ କାର୍ଯ୍ୟକଳାପରେ କେତୋଟି କ୍ରିକେଟ ବୋର୍ଡ ଅସନ୍ତୁଷ୍ଟ ରହିଥିଲେ। ଅଧ୍ୟକ୍ଷ ନିର୍ବାଚନ ଅବସରରେ ଯେତେବେଳେ ସିଙ୍ଗାପୁରର ଇମ୍ରାନ ଖ୍ବାଜା ଓ ବାର୍କଲେ ମୁହଁାମୁହିଁ ହୋଇଥିଲେ ସେତେବେଳେ ସାହନୀ ଅତ୍ୟଧିକ ଭାବେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଥିଲେ ଓ ଏହା ଅବାଞ୍ଚିତ ଥିଲା। ପୁଣି ପରବର୍ତ୍ତୀ ସମୟରେ ବିଭିନ୍ନ ଇଭେଣ୍ଟ ଆୟୋଜନ କରିବା ନେଇ ସେ ବିଭିନ୍ନ ବୋର୍ଡ ବିଡ୍‌ ଦାଖଲ କରିବା ସହ ଅର୍ଥ ଦେବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ସେ ସମର୍ଥନ କରିଥିଲେ। ଫଳରେ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ବିଭିନ୍ନ ବୋର୍ଡ ବୈଠକରେ ସମ୍ପୂର୍ଣ୍ଣ ଭାବେ ତାଙ୍କ ବିପକ୍ଷରେ ରହିଥିଲେ। ପୁଣି ୨୦୩୦-୩୧ରୁ ଆଗାମୀ ୮ ବର୍ଷ ପାଇଁ ପ୍ରତିବର୍ଷ ଅତିକମ୍‌ରେ ଗୋଟିଏ ଆଇସିସି ଇଭେଣ୍ଟ ଆୟୋଜନ କରିବା ନିଷ୍ପତ୍ତିକୁ ମଧ୍ୟ ସେ ସମର୍ଥନ କରିଥିଲେ। ତେବେ ପ୍ରଭାବଶାଳୀ ବୋର୍ଡମାନେ ଏହାକୁ ବିରୋଧ କରିଥିଲେ।
ଯଦି ସାହନୀ ଇସ୍ତଫା ନ ଦିଅନ୍ତି ତାହାହେଲେ ସମସ୍ତ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମିଳିତ ଭାବେ ପଦରୁ ବହିଷ୍କାର କରିପାରନ୍ତି। ତାଙ୍କୁ ପଦରୁ ହଟାଇବାକୁ ହେଲେ ୧୭ରୁ ୧୨ଟି ଭୋଟ୍‌ର ଆବଶ୍ୟକତା ରହିଛି। ଏହା ବୋର୍ଡ ଅଫ୍‌ ଡାଇରେକ୍ଟର୍ସଙ୍କ ଦୁଇ ତୃତୀୟାଂଶ। ଉଲ୍ଲେଖଥାଉ କି ସାହନୀ ସିଙ୍ଗାପୁର ସ୍ପୋଟର୍‌ସ ହବ୍‌ର ପୂର୍ବତନ ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ସେ ମଧ୍ୟ ୧୭ ବର୍ଷଧରି କାର୍ଯ୍ୟ କରିଆସୁଥିବା ଇଏସ୍‌ପିଏନ୍‌ ଷ୍ଟାର ସ୍ପୋଟର୍‌ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ମାଞ୍ଚେଷ୍ଟର ୟୁନାଇଟେଡ ଲିମିଟେଡର ନନ୍‌ ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ଓ ମେମ୍ବର ଅଫ୍‌ ଦି ଅଡିଟ୍‌ କମିଟି ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ପଞ୍ଜାବ ବିଜୟୀ, ମାତ୍ର ୯୫ ସ୍କୋରରେ କୋଲକାତା ଅଲଆଉଟ୍‌

ଚଣ୍ଡିଗଡ଼,୧୫ା୪: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ...

ଲଭର୍‌ ବଏ ଲୁକ୍‌ରେ ମାହି, ହାତରେ ଲାଲ୍‌ ହୃଦୟ ବେଲୁନ୍‌ ଧରି କହୁଛନ୍ତି ଡାଏଲଗ୍‌; ଅଭିନୟରେ କରିବେ ଡେବ୍ୟୁ!

ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ,...

୧୬ ପିଲା…ପ୍ରେମିକଙ୍କ ପାଇଁ ବଡ଼ କାମ କଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୫।୪: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା କ୍ରିକେଟରୁ ବିରତି ନେଇ ଏବେ ତାଙ୍କ ଜନ୍ମସ୍ଥାନ ସାଙ୍ଗଲିରେ ଛୁଟି କାଟୁଛନ୍ତି। ଏହାର ଟିକିନିକି ଅପ୍‌ଡେଟ୍‌ ସେ...

ପୁଣି ଆହତ ହେଲେ CSK ଅଧିନାୟକ ଧୋନୀ! ଚିନ୍ତା ବଢ଼ାଇଲା ଏହି Video

ନୂଆଦିଲ୍ଲୀ,୧୫।୪: ଚଳିତ ଆଇପିଏଲ୍‌ ସିଜନ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ପ୍ରାରମ୍ଭିକ ୭ ମ୍ୟାଚ୍‌ରୁ ୨ ମ୍ୟାଚ୍‌ ଦଳ ଜିତିଥିବା ବେଳେ ଆଘାତ...

ଟେନଶନରେ ମାହି, CSK ଜିତିଲା ପରେ ଆଣିଲେ ସାଂଘାତିକ ଅଭିଯୋଗ!

ଲକ୍ଷ୍ନୌ,୧୫।୪: ୧୪ ଏପ୍ରିଲରେ ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପରଜିଆଣ୍ଟସକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ପାଞ୍ଚ ୱିକେଟରେ ପରାସ୍ତ କରିଛି। କ୍ରମାଗତ ପାଞ୍ଚ ଥର ପରାଜୟ...

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ପଞ୍ଜାବକୁ ବଡ଼ ଝଟକା: ଅବଶିଷ୍ଟ ମ୍ୟାଚ୍‌ରୁ ବାଦ୍‌ ପଡିପାରନ୍ତି ଫର୍ଗୁସନ

ମୋହାଲି,୧୫ା୪: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଚଳିତ ଆଇପିଏଲ୍‌ର ଅବଶିଷ୍ଟାଂଶ ମ୍ୟାଚ୍‌ ମିସ୍‌ କରିପାରନ୍ତି। ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପାଇଁ...

LSG vs CSK: ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବା ପରେ ଧୋନୀ ଆଶ୍ଚର୍ଯ୍ୟ ହୋଇ କହିଦେଲେ ଏମିତି କଥା

ଲକ୍ଷ୍ନୌ,୧୫।୪: ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜଏଣ୍ଟସକୁ ୫ ଉଇକେଟ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image