Categories: ଖେଳ

ଆଇସିସି ନେଲା ବଡ଼ ନିଷ୍ପତ୍ତି; ଚମ୍ପିଆନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ ଭାରତ

ନୂଆଦିଲ୍ଲୀ,୩।୮: ଯଦିଓ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଦେଇନାହିଁ, ଆଗାମୀ ଚମ୍ପିଆନ୍ସ ଟ୍ରଫିରେ ଭାରତ ଏହାର ସମସ୍ତ ମ୍ୟାଚ୍ ପାକିସ୍ତାନବାହରେ ଖେଳିବ। ଆଇସିସିର ଏ ନିଷ୍ପତ୍ତି ପରେ ଏହି ସମ୍ଭାବନା ସତରେ ପରିଣତ ହେବାକୁ ଯାଉଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ କଲମ୍ବୋରେ ଅନୁଷ୍ଠିତ ବାର୍ଷିକ ସାଧାରଣ ସଭା (ଏଜିଏମ୍) ରେ ଆଇସିସି ପ୍ରାୟ ୬୫ ମିଲିୟନ୍ ଡଲାରର ବଜେଟ୍ ଅନୁମୋଦନ କରିଛି। ଏହି ବଜେଟରେ ପାକିସ୍ତାନ ବାହାରେ କିଛି ଖେଳ ମ୍ୟାଚ୍ ସହିତ ଜଡିତ ଖର୍ଚ୍ଚ ହେବ।

ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଯଦି ଭାରତୀୟ ଦଳ ପାକିସ୍ତାନ ଯିବାକୁ ମନା କରିବ ତେବେ ଆଇସିସି ସମସ୍ତ ସମ୍ଭାବନା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। ମାର୍ଚ୍ଚ ୨୦୨୪ ରେ ପାକିସ୍ତାନରେ ପ୍ରସ୍ତାବିତ ମ୍ୟାଚ୍ ସ୍ଥାନଗୁଡିକର ଏକ ଯୋଜନା ବିଷୟରେ ପୂର୍ବରୁ ଅନୁଧ୍ୟାନ ସାରିଛି। ମ୍ୟାଚ ପୂର୍ବରୁ ସୁବିଧାଗୁଡ଼ିକର ନବୀକରଣ ପାଇଁ ଲାହୋର, କରାଚି ଏବଂ ରାୱଲପିଣ୍ଡି ତିନୋଟି ଷ୍ଟାଡିୟମରେ ବହୁ ପରିମାଣର ନବୀକରଣ କାର୍ଯ୍ୟ ଚାଲିଛି। ଯାହାର ଦାୟିତ୍ୱ ପିସିବି ନେଇଛି।

ତେବେ ବଜେଟ୍ ସମ୍ବନ୍ଧରେ ଦେଖିଲେ ପ୍ରତିଯୋଗିତା ପାଇଁ ପ୍ରାୟ ୩୫ ମିଲିୟନ୍ ଡଲାର୍ ପ୍ରଦାନ କରାଯାଇଥିଲା ବେଳେ ଏଥିରେ ଅଂଶଗ୍ରହଣ ଏବଂ ପୁରସ୍କାର ରାଶି ପାଇଁ ଅତିରିକ୍ତ ୨୦ ମିଲିୟନ୍ ଡଲାର୍ ଦିଆଯାଇଛି। ସେହିପରି ୧୫ ମ୍ୟାଚ୍, ୨୦ ଦିନିଆ ଟୁର୍ନାମେଣ୍ଟକୁ ଟେଲିଭିଜନ୍ ସହିତ ଜଡିତ ଉତ୍ପାଦନ ଖର୍ଚ୍ଚ ପାଇଁ ଆଉ ୧୦ ମିଲିୟନ୍ ଡଲାର୍ ଅନୁମୋଦନ କରାଯାଇଛି।

Share