Posted inଖେଳ

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍‌: ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୧୨।୩(ପି.ଟି.)- ବୁଧବାର ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତର ପଏଣ୍ଟ ୨୬୮ରେ ପହଞ୍ଚତ୍ଥିବାବେଳେ ୭ ପଏଣ୍ଟ ଆଗରେ ରହି ଇଂଲଣ୍ଡ ଶୀର୍ଷସ୍ଥାନ ବଜାୟ ରଖିଛି। ର଼୍ୟାଙ୍କିଙ୍ଗ୍‌ର ଦୁଇ ଶୀର୍ଷ ସ୍ଥାନୀୟ ଦଳ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ନିକଟରେ ନ୍ୟୁଜିଲାଣ୍ଡଠାରୁ ୨-୩ରେ ସିରିଜ ହାରିଥିବା ଅଷ୍ଟ୍ରେଲିଆ ତୃତୀୟ ସ୍ଥାନକୁ ଖସି ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମାତ୍ର ୧ ପଏଣ୍ଟର ବ୍ୟବଧାନ ରହିଛି। ୨୬୦ ପଏଣ୍ଟ ସହିତ ପାକିସ୍ତାନ ୪ର୍ଥ ଓ ୨୫୩ ପଏଣ୍ଟ ପାଇ ନ୍ୟୁଜିଲାଣ୍ଡ ୫ମ ସ୍ଥାନରେ ରହିଛି।
ଟି୨୦ ବ୍ୟାଟିଂ ତାଲିକାରେ ଭାରତର ଲୋକେଶ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସି ୩ୟରେ ପହଞ୍ଚତ୍ଥିବାବେଳେ ଅଧିନାୟକ ବିରାଟ କୋହଲି କିନ୍ତୁ ୬ଷ୍ଠ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଇଂଲଣ୍ଡର ଦାଓ୍ବିଦ ମଲନ ୯୧୫ ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌ ୮୩୦ ପଏଣ୍ଟ ସହିତ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ରାହୁଲ ୮୧୬ ପଏଣ୍ଟ ପାଇଛନ୍ତି। କୋହଲିଙ୍କ ପଏଣ୍ଟ ସଂଖ୍ୟା ୬୯୭ ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ୩ଟି ଟି୨୦ରେ ବିସ୍ଫୋରକ ପ୍ରଦର୍ଶନ ପାଇଁ ଫିଞ୍ଚ୍‌ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ତିନୋଟି ମ୍ୟାଚରେ ସେ ଯଥାକ୍ରମେ ୬୯, ୭୯ ଓ ୩୬ ରନ କରିଥିଲେ। ନ୍ୟୁଜିଲାଣ୍ଡର ମାର୍ଟିନ ଗୁପ୍‌ଟିଲ ୩ଟି ସ୍ଥାନ ଉପରକୁ ଉଠି ୮ମରେ ପହଞ୍ଚତ୍ଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ସେ ୨ଟି ଅର୍ଦ୍ଧଶତକ ସହ ୨୧୮ ରନ କରିଥିଲେ।
ଅଷ୍ଟ୍ରେଲିଆର ଆଷ୍ଟନ ଅଗର ଓ ନ୍ୟୁଜିଲାଣ୍ଡର ଇଶ୍‌ ସୋଧି ଯଥାକ୍ରମେ ୧୩ ଏବଂ ୮ଟି ଉଇକେଟ ନେଇଥିବାରୁ ବୋଲିଂ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଫାଇଦା ପାଇଛନ୍ତି। ଅଗର ୪ ସ୍ଥାନ ଉପରକୁ ଉଠି ୪ର୍ଥ ଏବଂ ସୋଧି ୩ ସ୍ଥାନ ଲମ୍ଫମାରି ୮ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତେବେ ଟିମ୍‌ ସୌଥି ୩ ସ୍ଥାନ ତଳକୁ ଖସି ୯ମ ଓ ଆଡାମ ଜାମ୍ପା ଗୋଟିଏ ସ୍ଥାନ ହରାଇ ୬ଷ୍ଠକୁ ଖସିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ୬ ଉଇକେଟ ନେଇଥିବା ଶ୍ରୀଲଙ୍କାର ବାମହାତୀ ସ୍ପିନର ଲକ୍ଷଣ ସନ୍ଦକନ ୯ଟି ସ୍ଥାନ ଉପରକୁ ଉଠି ୧୦ମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ସୁପର ଲିଗରେ ସାମିଲ ଥିବା ୨୩ ଭାରତୀୟ ସ୍ବଦେଶ ଫେରିଲେ

କରାଚୀ,୨୭ା୪: ପାକିସ୍ତାନ ସୁପର ଲିଗ (ପିଏସ୍‌ଏଲ୍‌)ର ପ୍ରଡକଶନ ଓ ବ୍ରଡକାଷ୍ଟ ଦଳର ଅଂଶଥିବା ୨୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ଲାଗି ପାକିସ୍ତାନ କ୍ରିକେଟ...

ଏସିଆନ ଭଲିବଲ୍‌ରୁ ଓହରିଲା ଭାରତ

ଲାହୋର,୨୭ା୪: ପହଲଗାମ୍‌ରେ ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୬ ପର୍ଯ୍ୟଟକ ନିହତ ହେବାପରେ ଆସନ୍ତା ମାସରେ ଭାରତ ଓ ପାକିସ୍ତାନ ଇସ୍‌ଲାମାବାଦରେ ଖେଳାଯିବାକୁଥିବା ସେଣ୍ଟ୍ରାଲ...

IPLରେ ବୁମରାଙ୍କ ଆଉ ଏକ ସଫଳତା

ମୁମ୍ବାଇ,୨୭ା୪: ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ତଥା ଭାରତୀୟ ଦଳର ପ୍ରିମିୟର ପେସର ଯଶପ୍ରୀତ ବୁମରା ତାଙ୍କ ଉଲ୍ଲେଖନୀୟ କ୍ୟାରିୟରରେ ଆଉ ଏକ ସଫଳତା ଯୋଡ଼ିଛନ୍ତି। ସେ ରବିବାର...

ଶ୍ରୀଲଙ୍କାକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

କଲମ୍ବୋ, ୨୭ା୪: ଓପନର ପ୍ରତୀକା ରାଓ୍ବଲଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସ୍ମୃତି ମନ୍ଧାନା ଓ ହାର୍ଲିନ ଦେଓଲଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ କଲମ୍ବୋରେ ଚାଲିଥିବା...

ଭାରତୀୟ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି ରିକି ପଣ୍ଟିଂ, ଦେଉନାହାନ୍ତି ସୁଯୋଗ…

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କିଙ୍ଗ୍ସକୁ ସବୁଠାରୁ ଦୁର୍ବଳ ଦଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା।...

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image