Categories: ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଂ: ଦୁଇ ମାସରେ ୨୬ ସ୍ଥାନରୁ ସିଧା ଟପ୍‌-୧୦ରେ କୋହଲିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୨୬।୧୦: ଆଇସିସି ପକ୍ଷରୁ ବୁଧବାର ନୂତନ ଟି୨୦ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ଏଥିରେ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ୬ ସ୍ଥାନ ଉପରକୁ ଉଠି ୯ମ ସ୍ଥାନରେ ପହଞ୍ଚିଛନ୍ତି। ନିକଟରେ କୋହଲି ପାକିସ୍ତାନ ବିପକ୍ଷ ମୁକାବିଲାରେ ଅପରାଜିତ ୮୨ରନ୍‌ର ଇନିଂସ କରିଥିଲେ। ଏହାର ପରିଣାମସ୍ବରୂପ ତାଙ୍କ ର଼୍ୟାଙ୍କିଂରେ ପରିବର୍ତ୍ତନ ଘଟିଛି।

ବ୍ୟାଟିଂ ର଼୍ୟାଙ୍କିଂରେ ପାକିସ୍ତାନର ମହମ୍ମଦ ରିଜଓ୍ବାନ ଶୀର୍ଷ ସ୍ଥାନରେ ରହିଛନ୍ତି। ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଓପନର ଡିଭନ୍‌ କନଓ୍ବେ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ପରେ ପାକିସ୍ତାନ ଅଧିନାୟକ ବାବର ଆଜମ ଚତୁର୍ଥ, ଦକ୍ଷିଣ ଆଫ୍ରିକାର ଆଡେନ ମାର୍କ୍ରାମ ପଞ୍ଚମ ସ୍ଥାନରେ ଅଛନ୍ତି।

ସେହିଭଳି ବୋଲିଂ ର଼୍ୟାଙ୍କିଂରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଫଗାନିସ୍ତାନ ସ୍ପିନର ରଶିଦ ଖାଁ ହୋଶ ହେଜଲଉଡ୍‌ଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ସ୍ପିନର ଓ୍ବାନିନ୍ଦୁ ହାସରଙ୍ଗା ଷଷ୍ଠ, ଇଂଲଣ୍ଡ ପେସର ସାମ କୁରାନ ୮ମ, ଭୁବନେଶ୍ୱର କୁମାର ତାଲିକାର ୧୦ମ ସ୍ଥାନରେ ଅଛନ୍ତି।

ଅଲରାଉଣ୍ଡର ର଼୍ୟାଙ୍କିଂରେ ଭାରତୀୟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଭ ମିଳିଛି। ସେ ଏବେ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତିି। ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନ ଶୀର୍ଷରେ ଅଛନ୍ତି। ସେହିଭଳି ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Share