Categories: ଖେଳ

ପର୍ଥରେ ଅଭ୍ୟାସ କଲା ଭାରତୀୟ ଦଳ

ମୁମ୍ବାଇ,୭ା୧୦: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଶୁକ୍ରବାର ଅଷ୍ଟ୍ରେଲିଆରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ନେତୃତ୍ୱରେ ଭାରତୀୟ ଦଳ ପର୍ଥରେ ପହଞ୍ଚିବା ମାତ୍ରେ ଅଭ୍ୟାସ ଆରମ୍ଭ କରିଛି। ବିସିସିଆଇ ଭାରତୀୟ ଖେଳାଳିଙ୍କ ଏକ ଫଟୋ ଶେୟାର କରିଛି।

ଗୁରୁବାର ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୪ ଜଣିଆ ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ୧୫ ଜଣିଆ ଭାରତୀୟ ଦଳରେ ସାମିଲ ଥିବା ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଆହତ କାରଣରୁ ବାଦ୍‌ ପଡିଥିବା ବେଳେ ସେ ଗସ୍ତ କରିନାହାନ୍ତି। ଭାରତୀୟ ଦଳ ନିଜ ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ କିଛି ଅଭ୍ୟାସ ମ୍ୟାଚ ଖେଳିବ। ଭାରତ ଅକ୍ଟୋବର ୧୦ ଏବଂ ୧୩ରେ ପର୍ଥରେ ଦୁଇଟି ଅଭ୍ୟାସ ମ୍ୟାଚ ଖେଳିବ। ଅକ୍ଟୋବର ୧୬ରୁ କ୍ୱାଲିଫାୟର ମୁକାବିଲା ଖେଳାଯିବ। ୨୨ରୁ ସୁପର ୧୨ ମୁକାବିଲା ଖେଳାଯିବାକୁ ଥିବାବେଳେ ୨୩ରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ନିଜର ଅଭିଯାନ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ଦୁଇଟି ଯୋଗ୍ୟତା ହାସଲକାରୀ ଦଳଙ୍କ ସହିତ ଭାରତ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛି। ୟୁଏଇରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ରେ ଭାରତ ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିବାରେ ବିଫଳ ହୋଇଥିବା ବେଳେ ରୋହିତ ଶର୍ମା ଓ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ଏହା ଭାଙ୍ଗିବାକୁ ପ୍ରୟାସ କରିବ।

Share