Categories: ଖେଳ

ମାତ୍ର କିଛି ଘଣ୍ଟା ପରେ ନମ୍ବର-୧ ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୧୫।୨: ଆଇସିସି ଟେଷ୍ଟ ମାନ୍ୟତା ଦୃଷ୍ଟିରୁ ବୁଧବାର ଏକ ରୋଚକ ଦିନ ଥିଲା। ଭାରତୀୟ ଦଳ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଏକ ନମ୍ବର ହୋଇଥିଲା, ମାତ୍ର ସାଢେ ୪ ଘଣ୍ଟା ପରେ ଅଷ୍ଟ୍ରେଲିଆ ଦଳ ପୁଣି ଏକ ନମ୍ବର ସ୍ଥାନରେ ରହିଲା। ବୁଧବାର ଦିନ ପ୍ରାୟ ୧.୩୦ ସମୟରେ ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିଲା, କିନ୍ତୁ ଦିନ ୧.୩୨ରେ ଟିମ ଇଣ୍ଡିଆ ଶୀର୍ଷରେ ପହଞ୍ଚିଥିଲା। ତେବେ ଭାରତୀୟ ଦଳର ନମ୍ବର-୧ ଆସନ ଅଧିକ ସମୟ ତିଷ୍ଠି ପାରିଲା ନାହିଁ। ଅଷ୍ଟ୍ରେଲିଆ ଦଳ ପୁଣି ସା ୭.୦୮ରେ ଏକ ନମ୍ବର ହେଲା।
ଆଇସିସି ୱେବସାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହା ଘଟିଥିବା ଜଣାପଡିଛି। ତେବେ ଆଇସିସି ୱେବସାଇଟରେ ଏମିତି ତ୍ରୁଟି ଦେଖାଯିବା ଏହା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ଗତ ମାସ ମଧ୍ୟ ଆଇସିସି ୱେବସାଇଟରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ତେବେ ଅଷ୍ଟ୍ରେଲିଆ ଦଳ ଆଇସିସି ଟେଷ୍ଟ ମାନ୍ୟତାର ୧୨୬ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦଳ ଶୀର୍ଷରେ ଅଛି। ୧୧୫ ରେଟିଂ ପଏଣ୍ଟ ସହିତ ଟିମ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି।

Share