Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର

ଦୁବାଇ,୨ା୧୦: ଭାରତୀୟ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬ ଉଇକେଟ ନେଇଥିବା ବୁମ୍‌ରା ଅନ୍ୟତମ ଭାରତୀୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ହଟାଇ ପ୍ରଥମ ସ୍ଥାନକୁ ଫେରିଛନ୍ତି। ବୋଲରଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଷଷ୍ଠ ଓ କୁଲଦୀପ ଯାଦବ ୧୬ ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି।

ସେହିପରି ବ୍ୟାଟରଙ୍କ ମଧ୍ୟରେ ଗ୍ରୀନପାର୍କର ଟେଷ୍ଟର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଯଶସ୍ବୀ ଜୟସ୍ବାଲ ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି। ଜୟସ୍ବାଲ ଟେଷ୍ଟ ବ୍ୟାଟରଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି। ଜୟସ୍ବାଲ ୭୯୨ ରେଟିଂ ପଏଣ୍ଟ ହାସଲ କରିଥିବା ବେଳେ କେନ୍‌ ଓ୍ବିଲିୟମସନ୍‌(୮୨୯) ଓ ଜୋ ରୁଟ୍‌ (୮୯୯) ତାଙ୍କ ଉପରେ ରହିଛନ୍ତି।

ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ୪୭ ଓ ୨୯ ରନ୍‌ର ଇନିଂସ ଖେଳି ୬ ସ୍ଥାନ ଉପରକୁ ଷଷ୍ଠ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ୯ ନମ୍ବର ସ୍ଥାନରେ ଥିବାବେଳେ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଯଥାକ୍ରମେ ୧୫ ଓ ୧୬ ନମ୍ବର ସ୍ଥାନରେ ଅଛନ୍ତି। ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଦ୍ୱିତୀୟ ଓ ଅକ୍ଷର ପଟେଲ ସପ୍ତମ ସ୍ଥାନରେ ରହିଛନ୍ତି।

Share