Categories: ଖେଳ

ICC Test Team : କୋହଲି-ରୋହିତ-ବୁମରା ଟେଷ୍ଟ ଦଳରୁ ବାହାର, ୨ ଭାରତୀୟ ଖେଳାଳି ସାମିଲ…

କୋଲକାତା,୨୩।୧ : ଆଇସିସି ୨୦୨୩ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଶ୍ରେଷ୍ଠ ଦଳରେ ପାଞ୍ଚ ଜଣ କଙ୍ଗାରୁ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏଥି ସହିତ ଭାରତର କେବଳ ଦୁଇଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଆଇସିସି ବିରାଟ କୋହଲିଙ୍କୁ ମଧ୍ୟ ନିଜ ଦଳରେ ସ୍ଥାନ ଦେଇନାହିଁ।

ଏହା ଦ୍ୱାରା କୋହଲି ଏବଂ ରୋହିତଙ୍କ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛିି। ଉଭୟ ଭେଟେରାନଙ୍କୁ ନୂଆ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ। ଏହି ଦଳରୁ ଅନେକ ଭେଟେରାନ ଖେଳାଳିଙ୍କୁ ବାଦ ଦିଆଯାଇଛି। କେହି ବିଶ୍ୱାସ କରି ନ ଥିଲେ ଯେ କୋହଲିଙ୍କ ସହିତ ରୋହିତ ଶର୍ମା ମଧ୍ୟ ଦଳରୁ ବାହାରି ଯିବେ। ଏପରିକି ଜସପ୍ରୀତ ବୁମ୍ରା ମଧ୍ୟ ଦଳରେ ନିଜର ସ୍ଥାନ ରଖିପାରି ନାହାନ୍ତି।

ଆଇସିସିର ବର୍ଷର ଟେଷ୍ଟ ଟିମରେ ଭାରତର ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ବାଦ ଦିଆଯାଇଛି। ଏହି ଦଳରେ ଭାରତୀୟ ଅଲରାଉଣ୍ଡର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ସାମିଲ କରାଯାଇଛି। ଏହା ବ୍ୟତୀତ ଭାରତର କୌଣସି ଖେଳାଳି ଦଳରେ ସ୍ଥାନ ପାଇନାହାନ୍ତି।

ଏହି ଦଳରେ ପାଞ୍ଚ ଜଣ ଅଷ୍ଟ୍ରେଲୀୟ ଖେଳାଳି ସ୍ଥାନ ପାଇଛନ୍ତି, ଯେଉଁଥିରେ ଉସମାନ ଖାୱାଜା, ଟ୍ରାଭିସ ହେଡ, ଆଲେକ୍ସ କେରି, ପ୍ୟାଟ କମିନ୍ସ ଏବଂ ମିଚେଲ ଷ୍ଟାର୍କ ଅଛନ୍ତି। ଏହା ବ୍ୟତୀତ ଆଇସିସି ଏହି ଦଳରେ ଇଂଲଣ୍ଡର ୨ ଖେଳାଳିଙ୍କୁ ସ୍ଥାନ ଦେଇଛି ଯେଉଁଥିରେ ଜୋ ରୁଟ ଏବଂ ଷ୍ଟୁଆର୍ଟ ବ୍ରଡଙ୍କ ନାମ ଅଛି। ଏଥି ସହିତ ଶ୍ରୀଲଙ୍କାର ଖେଳାଳି ଡିମୁଥ କରୁଣାରତ୍ନେ ମଧ୍ୟ ବର୍ଷର ଟେଷ୍ଟ ଟିମରେ ସ୍ଥାନ ପାଇଛନ୍ତି। ଏହି ଦଳରେ ତାଙ୍କ ସ୍ଥାନ ନିଶ୍ଚିତ କରିଥିବା ଅନ୍ୟ ଜଣେ ଖେଳାଳି ହେଉଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ।

ଆଇସିସିର ସର୍ବୋତ୍ତମ ଟେଷ୍ଟ ଦଳରେ ଉସମାନ ଖାୱାଜା, ଡିମୁଥ କରୁଣାରତ୍ନେ, କେନ ୱିଲିୟମସନ, ଜୋ ରୁଟ, ଟ୍ରାଭିସ ହେଡ, ରବିନ୍ଦ୍ର ଜାଡେଜା, ଆଲେକ୍ସ କେରେ, ପ୍ୟାଟ କମିନ୍ସ (ଅଧିନାୟକ), ଆର ଅଶ୍ୱିନ, ମିଚେଲ ଷ୍ଟାର୍କ, ଷ୍ଟୁଆର୍ଟ ବ୍ରଡ ପ୍ରମୁଖ ଅଛନ୍ତି।

 

Share