କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ୱର,୨୪।୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଆଇସିସି ନେଇ ଜଣାଇବେ।

ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚାମ୍ବରରେ ଥିବାବେଳେ ଜଣେ ଛାତ୍ରୀ ବହି ଆଣିବାକୁ ଯାଇଥିଲେ। ଏହି ସମୟରେ ପ୍ରଫେସର ବସିବା ପାଇଁ କହି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଶେଷରେ ଭରତପୁର ଥାନାରେ ଲାଗିଲା ସିସିଟିଭି

ଭୁବନେଶ୍ୱର,୨୪।୯: ଆର୍ମି କ୍ୟାପଟେନ ଓ ବାନ୍ଧବୀଙ୍କୁ ଭରତପୁର ଥାନାରେ ଦୁର୍ବ୍ୟବହାର, ମାଡ଼ ସହ ନାନା ନିର୍ଯାତନା ଦିଆଯିବା ଘଟଣାରେ କମିଶନରେଟ୍‌ ପୋଲିସ ବିବାଦ ଘେରକୁ ଆସିଛି।...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri