Categories: ଖେଳ

ଲଞ୍ଚ୍‌ ହେଲା ବିଶ୍ୱକପ୍‌ ମାସ୍କଟ: ଦେବ ସ୍ବତନ୍ତ୍ର ବାର୍ତ୍ତା

ନୂଆଦିଲ୍ଲୀ,୨୦।୮: ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ପାଇଁ ମାସ୍କଟ ଲଞ୍ଚ୍‌ ହୋଇଛି। ଭାରତ ପକ୍ଷରୁ ଅଣ୍ଡର-୧୯ ବିଶ୍ୱକପ ଜିତିଥିବା ୟଶ ଧୁଲ ଏବଂ ଶେଫାଳି ବର୍ମା ମାସ୍କଟ ଉନ୍ମୋଚନ କରିଥିଲେ। ଏହି ବିଶ୍ୱକପ ପାଇଁ ଦୁଇଟି ମାସ୍କଟ ଜାରି କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା।
ଲିଙ୍ଗଗତ ସମାନତା ପାଇଁ ଚଳିତ ବର୍ଷ ଦୁଇଟି ମାସ୍କଟ ରଖାଯାଇଛି। ପୁରୁଷ ମାସ୍କଟଟି ଟର୍ବୋ ପାଓ୍ବାର ବ୍ୟାଟ ସହ ବ୍ୟାଟିଂ କରୁଥିବା ବେଳେ ମହିଳା ମାସ୍କଟକୁ ବୋଲିଂର ପ୍ରତୀକ ଭାବରେ ରଖାଯାଇଛି। ପ୍ରଥମ ଥର ପାଇଁ ଆଇସିସି ପକ୍ଷରୁ ଫ୍ୟାନ୍‌ମାନଙ୍କ ଭୋଟିଂ ଜରିଆରେ ମାସ୍କଟର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିଲା। ବିଶ୍ୱକପ୍‌ର ମାସ୍କଟ ଘୋଷଣା କରାଯାଇଥିବାରୁ ଆମେ ଅତ୍ୟନ୍ତ ଖୁସି ବୋଲି ଆଇସିସିର ହେଡ୍‌ ଅଫ୍‌ ଇଭେଣ୍ଟ କ୍ରିସ୍‌ ଟେଟଲେ ପ୍ରକାଶ କରିଛନ୍ତି। ଆସନ୍ତା ଅକ୍ଟୋବର ୫ରୁ କ୍ରିକେଟର ମହାକୁମ୍ଭ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବ। ଉଦ୍‌ଘାଟନୀ ମ୍ୟାଚ୍‌ଟି ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।

Share