Posted inଖେଳ

ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଆଜିଠାରୁ

କେପ୍‌ ଟାଉନ୍‌, ୧୦ା୨ (ପି.ଟି.):ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରିବାକୁ ଚାହିଁବ। ଭାରତ ଓ ଇଂଲଣ୍ଡ ସମେତ ଅନ୍ୟ କେତୋଟି ଦଳ ତାହା କରାଇ ଦେବାକୁ ଚାହିଁବେ ନାହିଁ। ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଇତିମଧ୍ୟରେ ଖେଳାଯାଇ ସାରିଥିବା ୭ଟି ସଂସ୍କରଣ ମଧ୍ୟରୁ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି। ୨୦୨୦ରେ ଟି୨୦ ବିଶ୍ୱକପ୍‌ ଜିତିବା ପରେ ଅଷ୍ଟ୍ରେଲିଆକୁ ଏହି ଫର୍ମାଟ୍‌ରେ ଅନ୍ୟ ଦଳ କ୍ୱଚିତ ଚାଲେଞ୍ଜ ଦେଇଛନ୍ତି। ଗତ ୨୨ ମାସ ମଧ୍ୟରେ ଦଳ ମାତ୍ର ଥରେ ପରାଜିତ ହୋଇଛି, ତାହାପୁଣି ନିଜ ଦେଶ ବାହାରେ ଭାରତ ବିପକ୍ଷରେ ପୁଣି ସୁପର ଓଭର ପଦ୍ଧତିରେ। ଗତଥରର ଚାମ୍ପିୟନ ଟୁର୍ନାମେଣ୍ଟ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। ସଫଳ ହେଲେ ଏହା ହେବ ଦଳର ୬ଷ୍ଠ ଏବଂ ରେକର୍ଡ ୬ଷ୍ଠ ଟାଇଟଲ ସଫଳତା ହାସଲ । ଅଧିନାୟିକା ମେଗ୍‌ ଲାନିଙ୍ଗ ଫେରିଥିବାରୁ ଦଳର ମନୋବଳ ବୃଦ୍ଧି ପାଇଛି। ପୁନଶ୍ଚ ପେଣ୍ଡା ଇଞ୍ଜୁରିରୁ ମୁକ୍ତିଲାଭ କରି ଷ୍ଟାର ଉଇକେଟକିପର ଆଲିସା ହିଲି ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ଦଳରେ ଲାନିଙ୍ଗ, ହିଲି, ଏଲିସ୍‌ ପେରୀ ଓ ଟାହଲିଆ ମ୍ୟାକ୍‌ଗ୍ରାଥଙ୍କ ଭଳି ବହୁ ହିଟର ରହିଛନ୍ତି। ଏମାନଙ୍କୁ ନେଇ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ସୁଦୃଢ। ଅଭିଜ୍ଞ ପେସ୍‌ ବୋଲର ମେଗାନ ସ୍କଟ୍‌ ବୋଲିଂ ଡିପାର୍ଟମେଣ୍ଟର ନେତୃତ୍ୱ ନେବେ। ଦଳରେ ବହୁ ବିକଳ୍ପ ସ୍ପିନର ରହିଛନ୍ତି। ଅଲ୍‌ରାଉଣ୍ଡର ଆଶଲେ ଗାର୍ଡନର ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ମାତ୍ର ନିକଟରେ ଭାରତ ବିପକ୍ଷ ସିରିଜ ସଂଘର୍ଷପୂର୍ଣ୍ଣ ହେବା ସହ ଓ୍ବାର୍ମଅପ୍‌ରେ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଥିବାରୁ ଅଷ୍ଟ୍ରେଲିଆକୁ ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଭଳି ଦଳ ହରାଇ ପାରିବେ। ଗତ ସଂସ୍କରଣ ରନରଅପ୍‌ ଭାରତ ଥରେ ହେଲେ ଏହି ପ୍ରତିଯୋଗିତା ଜିତିପାରି ନାହିଁ। ଏଥର ଆଶା ପୂରଣ କରିବାକୁ ଚାହିଁବ। ଦଳ ବିଶେଷ କରି ସ୍ମୃତି ମନ୍ଧାନା, ଶେଫାଳି ବର୍ମା ଓ ଅଧିନାୟିକା ହରମନପ୍ରୀତ କୌରଙ୍କୁ ନେଇ ଏହାର ବ୍ୟାଟିଂ ଲାଇନ୍‌ ଅପ୍‌ର ପ୍ରଦର୍ଶନ ଉପରେ ନିର୍ଭରଶୀଳ। ଟୁର୍ନାମେଣ୍ଟରେ ଇଂଲଣ୍ଡ, ପାକିସ୍ତାନ, ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ଗ୍ରୁପ୍‌-ବିରେ ସ୍ଥାନ ପାଇଛନ୍ତି। ୨୦୦୯ରେ ପ୍ରତିଯୋଗିତାର ଉଦ୍‌ଘାଟନୀ ସଂସ୍କରଣରେ ଇଂଲଣ୍ଡ ଥରେ ମାତ୍ର ଚାମ୍ପିୟନ ହୋଇପାରିଛି। ଦଳ ୩ ଥର ଫାଇନାଲରେ ପ୍ରବେଶ କରିପାରିଛି। ହିଥର ନାଇଟ୍‌ଙ୍କ ଅଧିନାୟକତ୍ୱ ପରେ ଇଂଲଣ୍ଡ ଦ୍ୱିତୀୟ ଥର ଏହି ଚାମ୍ପିୟନଶିପ୍‌ ଜିତିବା ଲକ୍ଷ୍ୟ ରଖିଛି। ଶୁକ୍ରବାର ଆୟୋଜକ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମ୍ୟାଚ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri