Categories: ଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌

କେପ୍‌ ଟାଉନ୍‌, ୯ା୨: କେପ୍‌ ଟାଉନ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଉଦ୍ୟମ କରିବ। ହେଲେ ଭାରତ, ଇଂଲଣ୍ଡ ସମେତ ଅନ୍ୟ କେତୋଟି ଦଳ କଡ଼ା ମୁକାବିଳା କରିବେ।

ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ର ଇତିମଧ୍ୟରେ ଖେଳାଯାଇ ଥିବା ୭ଟି ସଂସ୍କରଣରେ ଅଷ୍ଟ୍ରେଲିଆ ୫ଥର ଟ୍ରଫି ଜିତିଛି। ୨୦୨୦ରେ ଟି୨୦ ବିଶ୍ୱକପ୍‌ ଜିତିବା ପରେ ଅଷ୍ଟ୍ରେଲିଆକୁ ଏହି ଫର୍ମାଟରେ ଅନ୍ୟ ଦଳ କ୍ୱଚିତ ଚ୍ୟାଲେଞ୍ଜ ଦେଇଛନ୍ତି। ଗତ ୨୨ ମାସ ମଧ୍ୟରେ ଦଳ ମାତ୍ର ଥରେ ପରାଜିତ ହୋଇଛି, ତାହାପୁଣି ନିଜ ଦେଶ ବାହାରେ ଭାରତ ବିପକ୍ଷରେ ପୁଣି ସୁପର ଓଭରରେ। ଗତଥରର ଚାମ୍ପିୟନ ଟୁର୍ନାମେଣ୍ଟ ଫେଭରାଇଟ୍‌ ଭାବେ ଅଭିଯାନ ଆରମ୍ଭ କରିବ। ଶୁକ୍ରବାର ଆୟୋଜକ ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ହରମାନପ୍ରୀତଙ୍କ ନେତୃତ୍ୱରେ ଭାରତ ପ୍ରଥମ ମ୍ୟାଚ ୧୨ ତାରିଖ ରବିବାର ପାକିସ୍ତାନ ବିପକ୍ଷରେ ଖେଳିବ।

Share