Categories: ଖେଳ

କିପରି ବୁକ୍‌ କରିବେ ବିଶ୍ୱକପ ଟିକେଟ୍‌, ଜାଣନ୍ତୁ ସବୁକିଛି…

ନୂଆଦିଲ୍ଲୀ,୭।୭: ଜୁନ ୨୭ରେ ଆଇସିସି ଦ୍ୱାରା ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ୧୦ଟି ଦଳ ସହିତ ଏହି ଟୁର୍ନାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ। ଅକ୍ଟୋବର ୫ରୁ ବିଶ୍ୱକପ ଆରମ୍ଭ ହେବ ଏବଂ ପ୍ରଥମ ମ୍ୟାଚ ମ୍ୟାଚ ପୂର୍ବ ବର୍ଷ ଫାଇନାଲିଷ୍ଟ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ତେବେ ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ଅନୁଷ୍ଠିତ ହେବ। ହେଲେ ମ୍ୟାଚ ଟିକେଟ୍‌ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରାଯାଇନାହିଁ।

ବିଶ୍ୱକପ ପାଇଁ ଟିକେଟ୍‌ କିପରି ବୁକ୍‌ କରାଯିବ ଆମେ ଆପଣଙ୍କୁ କହିବୁ। ତେବେ ଟୁର୍ନାମେଣ୍ଟ ପାଇଁ ଟିକେଟ୍‌ ଏ ପର୍ଯ୍ୟନ୍ତ ଜାରି କରାଯାଇନାହିଁ। ‘ଇକୋନୋମିକ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ ବିଶ୍ୱକପ ଟିକେଟ୍‌ ଖୁବଶୀଘ୍ର ଆସିବ। ଅଧିକାଂଶ ଟିକେଟ୍‌ କେବଳ ଅନଲାଇନ ଆସିବ। ଆଇସିସିର ଅଫିସିଆଲ ୱେବସାଇଟରେ ଟିକେଟ୍‌ ଉପଲବ୍ଧ ହେବ। ଏହା ବ୍ୟତୀତ ବୁକ୍‌ ମାଇ ଶୋ, ପେଟିଏମ ଏବଂ ପେଟିଏମ ଇନସାଇଡର୍ସରେ ମଧ୍ୟ ଟିକେଟ୍‌ ଉପଲବ୍ଧ ହେବ।

ରିପୋର୍ଟ ଅନୁଯାୟୀ, ଟିକେଟ୍‌ ମୂଲ୍ୟ ୫୦୦ରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇପାରେ। ସ୍ଥାନ ଅନୁଯାୟୀ ଟିକେଟ୍‌ ମୂଲ୍ୟ ସ୍ଥିର କରାଯାଇପାରେ। ବିଶ୍ୱକପରୁ ସମସ୍ତ ମ୍ୟାଚ ମୋଟ ୧୦ ଟି ସ୍ଥାନରେ ଖେଳାଯିବ। ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପ୍ରଶଂସକମାନେ ଅଧିକ ଉତ୍ସାହିତ ଅଛନ୍ତି। ଏହି ମ୍ୟାଚ ପାଇଁ ଟିକେଟ କେଉଁ ମୂଲ୍ୟରେ ଆସିବ ତାହା ଦେଖିବା ମଜାଦାର ହେବ। ହେଲେ ଟିକେଟ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

Share